ମହାରାଷ୍ଚ୍ରରେ ଆସନ ବୁଝାମଣାକୁ ନେଇ ରାହୁଲ ଅସନ୍ତୁଷ୍ଟ

ଉଦ୍ଧବ ଠାକରେ ଗୋଷ୍ଠୀକୁ ମୁମ୍ବାଇ-ବିଦର୍ଭ ଆସନ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ନେତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ଏହି କାରଣରୁ ରାହୁଲ ଗାନ୍ଧି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅଧାରୁ ଚାଲି ଯାଇଥିଲେ। 

sdfsfssf

ମୁମ୍ବାଇ: ଆଗାମୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମହାବିକାଶ ଅଘାଡି (ଏମଭିଏ) ମେଣ୍ଟରେ ଏବେ ବି ଆସନ ବୁଝାମଣା ଜାରି ରହିଛି । କେତେକ ଆସନକୁ ନେଇ ମେଣ୍ଟର ତିନଦଳ କଂଗ୍ରେସ, ଶିବସେନା (ଉଦ୍ଧବ) ଓ ଏନସିପି (ଶରଦପାଓ୍ବାର) ଗୋଷ୍ଠୀଙ୍କ ମଧ୍ୟରେ ଭାଗ ଛିଣ୍ଡୁ ନାହିଁ । ଏପରିକି ଯେଉଁସବୁ ଆସନର ଭାଗବଣ୍ଟା ସରିଛି, ସେଗୁଡ଼ିକୁ ନେଇ ବି ବିବାଦ ରହିଛି । ଉଦ୍ଧବ ଠାକରେ ଗୋଷ୍ଠୀକୁ ମୁମ୍ବାଇ-ବିଦର୍ଭ ଆସନ ଦେଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜ ନେତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। ଏହି କାରଣରୁ ରାହୁଲ ଗାନ୍ଧି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅଧାରୁ ଚାଲି ଯାଇଥିଲେ। 

ମିଳିଥିବା ସୂଚନା ଅନୁଯାୟୀ, ଆସନ ବୁଝାମଣା ନେଇ ଆଲୋଚନା ବେଳେ କଂଗ୍ରେସ ନେତାମାନେ ଉପଯୁକ୍ତ ଭୂମିକା ଗ୍ରହଣ କରିନାହାନ୍ତି ବୋଲି ରାହୁଲ ଗାନ୍ଧି ବିଶ୍ୱାସ କରନ୍ତି। ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ମୁମ୍ବାଇ ଓ ବିଦର୍ଭ ଆସନ ଛାଡ଼ିବାକୁ ରାହୁଲ ଗାନ୍ଧି ପସନ୍ଦ କରିନଥିଲେ। 
କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କୁ ଆସନ ବୁଝାମଣା ପାଇଁ ପଠାଯାଇଥିଲା, ଯେଉଁଥିରେ ଦଳ ବିଦର୍ଭ ଏବଂ ମୁମ୍ବାଇର କିଛି ଆସନ ଶିବସେନା ପାଇଁ ଛାଡିଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe