୭୦ ହଜାର ଟଙ୍କିଆ ଜ୍ୟାକେଟ୍‌ ପିନ୍ଧି ମେଘାଳୟ ଗସ୍ତରେ ରାହୁଳ ଗାନ୍ଧୀ: ବିଜେପିର କଟୂ ସମାଲୋଚନା

Advertisment
୭୦ ହଜାର ଟଙ୍କିଆ ଜ୍ୟାକେଟ୍‌ ପିନ୍ଧି ମେଘାଳୟ ଗସ୍ତରେ ରାହୁଳ ଗାନ୍ଧୀ: ବିଜେପିର କଟୂ ସମାଲୋଚନା

Image Courtesy of Zee News

ଶିଲଂ: ‘ଶାନ୍ତି ପାଳନ’ ନାମରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଜରିଆରେ ମେଘାଳୟ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଭାରତୀୟ ଜନତା ପାର୍ଟି ସମାଲୋଚନା କରିଛି।

ନବ ନିଯୁକ୍ତ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଏହି କାର୍ଯ୍ୟକ୍ରମରେ କଳା ରଙ୍ଗର ଦାମିକା ଜ୍ୟାକେଟ୍‌ଟିଏ ପିନ୍ଧି ଥିବାର ଦେଖା ଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୭୦ ହଜାର ଟଙ୍କା ହେବ।

ଜିଏସ୍‌ଟି, ବେକାରୀ ବୃଦ୍ଧି ଏବଂ ମାନ୍ଦା ଅର୍ଥନୈତିକ ଅଭିବୃଦ୍ଧି ଆଦିରେ ଅଭିଯୋଗ କରି ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରୁଥିବା ରାହୁଳଙ୍କୁ ସମାଲୋଚନା କରିବାକୁ ବିଜେପି ଏହି ସୁଯୋଗକୁ ହାତଛଡ଼ା କରି ନ ଥିଲା।

ମଙ୍ଗଳବାର ଦିନ ଶିଲଂଠାରେ ଆୟୋଜିତ ସଙ୍ଗୀତ ଅନୁଷ୍ଠାନରେ ରାହୁଳ ଗାନ୍ଧୀ ଦାମିକା ଜ୍ୟାକେଟ୍‌ ପିନ୍ଧି ଯୋଗ ଦେଇଥିବାର ଫଟୋ ଟୁଇଟ୍‌ କରି ମେଘାଳୟର ବିଜେପି ୟୁନିଟ୍‌ ତୁରନ୍ତ ଏହାକୁ ଲୋକଲୋଚନକୁ ଆଣିଥିଲେ। ସେମାନେ ଲେଖିଥିଲେ କି ଏଇଟା ହେଉଛି କ’ଣ ମେଘାଳୟ ରାଜକୋଷରୁ ଦୁର୍ନୀତିରେ ଅର୍ଜିତ କଳାଧନରେ ସୁଟ୍‌-ବୁଟ୍‌ ସରକାର? ଗୀତ ଗାଇ ଆମର ଦୁଃଖ ଦୂର କରିବା ଅପେକ୍ଷା ମେଘାଳୟରେ ଥିବା ଆପଣଙ୍କ ଅପାରଗ ସରକାରଙ୍କର ରିପୋର୍ଟ କାର୍ଡ ଦିଅ। ଆପଣଙ୍କର ଦୃଦୟହୀନତା ଆମକୁ ବିଦ୍ରୂପ କରୁଛି। ଏସବୁ କଥା ଲେଖିବା ସହ ମେଘାଳୟ ବିଜେପି ରାହୁଳଙ୍କ ଫଟୋ ସହ ଜ୍ୟାକେଟ୍‌ର ମୂଲ୍ୟ ଉଲ୍ଲେଖ କରାଯାଇଥିବା ମୂଳ ଫଟୋ ପୋଷ୍ଟ କରିଛି।

ବ୍ରିଟିସ ଲକ୍ଜୁରି ଫେସନ୍‌ ବ୍ରାଣ୍ଡ୍‌ ଥିବା ବର୍‌ବେରି କମ୍ପାନି ନିର୍ମିତ ଏହି ପଫର୍‌ ଜ୍ୟାକେଟ୍‌ ଟୁ-ଇନ୍‌-ଓ୍ଵାନ୍‌ ଭାବେ ବ୍ୟବହାର କରିହୁଏ। ବ୍ଲୁମିଙ୍ଗ୍‌ଡେଲ୍‌ସ୍‌ େଓ୍ଵବ୍‌ ସାଇଟ୍‌ରେ ଏହି ଜ୍ୟାକେଟ୍‌ର ମୂଲ୍ୟ ୬୮, ୧୪୫ ଟଙ୍କା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ଆମେରିକାର ରାଷ୍ଟ୍ରପତି ବରାକ୍‌ ଓବାମାଙ୍କୁ ଭେଟିବା ବେଳେ ଗୋଟିଏ ମାର୍କାମରା ସୁଟ୍‌ ପିନ୍ଧିଥିଲେ। ଏଥିଯୋଗୁଁ ରାହୁଳ ଗାନ୍ଧୀ ତାଙ୍କୁ ସୁଟ୍‌ ବୁଟ୍‌ ପିନ୍ଧା ପ୍ରଧାନମନ୍ତ୍ରୀ କହି ସମାଲୋଚନା କରିଥିଲେ। ଏକ ନିଲାମରେ ମୋଦି ପିନ୍ଧିଥିବା ସୁଟ୍‌ର ମୂଲ୍ୟ ଥିଲା ନିଲାମ ମୂଲ୍ୟ ଡକାଯାଇଥିଲା ୧୧ ଲକ୍ଷ। ଶେଷରେ ତାହା ୪. ୩୧ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଥିଲା।

ମେଘାଳୟ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ଶିଲଂରେ ପହଞ୍ଚିଛନ୍ତି। ଗୁରୁବାର ଦିନ ସେଠାରେ ଅନୁଷ୍ଠିତ ‘ଶାନ୍ତି ପାଳନ’ କାର୍ଯ୍ୟକ୍ରମରେ ବହୁ କଳାକାର ଏବଂ ନୃତ୍ୟଦଳ ମେଘାଳୟର ସାଂସ୍କୃତିକ ବିବିଧତା ଉପରେ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।

ମାଇକ୍ରୋ ବ୍ଲଗିଙ୍ଗ୍‌ ସାଇଟ୍‌ ଟୁଇଟର୍‌ରେ କଂଗ୍ରେସ ପାର୍ଟି ମଧ୍ୟ ରାହୁଳ ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଫଟୋ ସେୟାର୍‌ କରିଛି।

ଟିକିଟ୍‌ ବଣ୍ଟନରେ ରୁଷ୍ଟ ହୋଇ କଂଗ୍ରେସରୁ ପ୍ରାୟ ୧୦୦ ଜଣ ସଦସ୍ୟ ଇସ୍ତଫା ଦେବା ପରେ ରାହୁଳ ଗାନ୍ଧୀ ମେଘାଳୟ ଗସ୍ତରେ ଯାଇଛନ୍ତି। ଶିଲଂଠାରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ରାହୁଳ ଗାନ୍ଧୀ ଦଳର ସଦସ୍ୟମାନଙ୍କୁ ଭେଟି ବିଧାନସଭା ନିର୍ବାଚନରେ ନିଶ୍ଚିତ ବିଜୟୀ ହେବା ପ୍ରସଙ୍ଗ ଆଲୋଚନା କରିଥିଲେ।

ନାଗାଲାଣ୍ଡ ସହ ମେଘାଳୟରେ ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe