ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ କଲେ ରାହୁଲ ଗାନ୍ଧୀ

letter to modi

Photograph: (Sambad.in)

ନୂଆଦିଲ୍ଲୀ: ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ । ପହଲଗାମ୍ ଆତଙ୍କୀ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଆଗାମୀ ରଣନୀତି ପ୍ରସଙ୍ଗରେ ସଂସଦରେ ସ୍ବତନ୍ତ୍ର ଅଧିବେଶନ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ।


 
ତେବେ ସ୍ବତନ୍ତ୍ର ଅଧିବେଶନ ଜରିଆରେ ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଥିବା ସାଂସଦମାନେ ଏକଜୁଟ ହୋଇ ଏକତା ଓ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇପାରିବେ ବୋଲି ରାହୁଲ ଚିଠିରେ ଉଲ୍ଲେଖ କରିଛନ୍ତି । ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସାରା ଭାରତୀୟ ଆତଙ୍କବାଦ ବିରୋଧରେ ଏକଜୁଟ୍ ଅଛୁ ବୋଲି ଦେଖାଇବା ଦରକାର କହି ପ୍ରଧାନମନ୍ତ୍ରୀଙ୍କୁ ଉଭୟ ଗୃହରେ ସ୍ବତନ୍ତ୍ର ଅଧିବେଶନ ପାଇଁ ଅନୁରୋଧ କରିଛନ୍ତି ରାହୁଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe