ଆଚରଣ ବିଧି ଉଂଲ୍ଲଘନ କରି ନାହିଁ, କଂଗ୍ରେସ ପ୍ରତି ପାତରଅନ୍ତର ମନୋଭାବ ପୋଷଣ କରନ୍ତୁ ନାହିଁ : ନିର୍ବାଚନ କମିସନଙ୍କୁ ରାହୁଲଙ୍କ ଚିଠି

Advertisment
କୋଭିଡ୍‌ ସମ୍ମୁଖ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ତଥ୍ୟ ନ ଥିବାରୁ ସରକାରଙ୍କୁ ଘେରିଲେ ରାହୁଲ

www.indiatoday.in

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିର୍ବାଚନ କମିସନ୍‌ଙ୍କୁ ଚିଠି ଲେଖି ସେ ନିର୍ବାଚନ ଆଚରଣ ବିଧି ଉଂଲ୍ଲଘନ କରିି ନାହାନ୍ତି ବୋଲି ଦର୍ଶାଇଛନ୍ତି। ଏଥିସହ ସେ କମିସନଙ୍କୁ ଅନୁରୋଧ କରିଛନ୍ତି ଯେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସୁଥିବା ଅଭିଯୋଗର ବିଚାର ନିରପେକ୍ଷ ହେବା ଅନୁଚିତ।

ଗତ ଏପ୍ରିଲ୍‌ ୨୩ ତାରିଖରେ ମଧ୍ୟପ୍ରଦେଶର ଶାହଡୋଲରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ଯେ ମୋଦି ସରକାର ଏପରି ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି ଯାହା ଆଦିବାସୀମାନଙ୍କୁ ଗୁଳି କରିବା ଲାଗି ଅନୁମତି ଦେଇଛି। ଏହା ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ଅଣାଯାଇଥିଲା। ଏହାପରେ କମିସନ ରାହୁଲ ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ଏହି କାରଣ ଦର୍ଶାଅ ନୋଟିସର ଉତ୍ତରରେ ରାହୁଲ ଗାନ୍ଧି ଏକ ୧୧ ପୃଷ୍ଠାର ପତ୍ର କମିସନଙ୍କୁ ଲେଖିଛନ୍ତି। ଏହି ପତ୍ରରେ ସେ ସୂଚାଇଛନ୍ତି କି ମୋର ଭାଷଣ ସଂପୂର୍ଣ୍ଣ ରାଜନୈତିକ ଅଭିବ୍ୟକ୍ତି ଥିଲା । ମୁଁ ମୋଦି ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମର ସମାଲୋଚନା କରିଛି। ଆଚରଣ ବିଧି ଉଲ୍ଲଂଘନ ହେବା ଭଳି କୌଣସି ବକ୍ତବ୍ୟ ଭାଷଣରେ ନଥିଲା। ମୋଦି ସରକାର ଅରଣ୍ୟ ଆଇନରେ ଆଣିବାକୁ ଯାଉଥିବା ସଂଶୋଧନକୁ ସରଳରେ ବୁଝାଇବାକୁ ଯାଇ ମୁଁ ଉପରୋକ୍ତ ବକ୍ତବ୍ୟ ଦେଇଥିଲି ବୋଲି ରାହୁଲ୍‌ ସୂଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe