‘ଭାରତ ‌ଯୋଡ଼ୋ ଯାତ୍ରା’ରେ ‘ରୟାଲ୍‌ ଏନ୍‌ଫିଲ୍‌ଡ୍‌ ବୁଲେଟ୍‌’ ଚଳାଇଲେ ରାହୁଲ୍‌ ଗାନ୍ଧୀ

‘ଭାରତ ‌ଯୋଡ଼ୋ ଯାତ୍ରା’ରେ ‘ରୟାଲ୍‌ ଏନ୍‌ଫିଲ୍‌ଡ୍‌ ବୁଲେଟ୍‌’ ଚଳାଇଲେ ରାହୁଲ୍‌ ଗାନ୍ଧୀ

ଭୋପାଳ: ଆଜି ମଧ୍ୟପ୍ରଦେଶର ମହୂରେ ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଗୋଟାଏ ‘ରୟାଲ୍‌ ଏନ୍‌ଫିଲ୍‌ଡ୍‌ ବୁଲେଟ୍‌’ ଚଳାଇ ଯୁବବର୍ଗଙ୍କୁ ଚମତ୍କୃତ କରିପକାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ମୋଟର୍‌ସାଇକେଲ୍‌ରେ ସେମାନଙ୍କ କୁକୁର ‘ମାର୍ବେଲ୍‌’କୁ ନେଇ ଦୁଇଜଣ ପ୍ରାଣୀପ୍ରେମୀ ରାହୁଲ୍‌ଙ୍କ ରାଲି ପଛେ ପଛେ ଆସୁଥିଲେ। ସେ ଦୁଇଜଣଙ୍କ ପ୍ରତି ସମ୍ମାନ ଜଣାଇ ରାହୁଲ୍‌ ନିଜେ ମୋଟର୍‌ସାଇଲେ୍‌ ଚଳାଇଥିଲେ। ନିରାପତ୍ତା ରକ୍ଷୀମାନେ ରାସ୍ତାରୁ ଅବରୋଧ ହଟାଉଥିବା ବ‌େଳେ ହେଲ୍‌ମେଟ୍‌ ପିନ୍ଧିଥିବା ରାହୁଲ୍‌ ଗାନ୍ଧୀ ରାସ୍ତାରେ ବିଛାଯାଇଥିବା ନୀଳ ରଙ୍ଗର ଗାଲିଚା ଉପରେ ବୁଲେଟ୍‌ ଚଳାଇଥିଲେ।

ବୁଟେଲ୍‌ ଚଳଇବା ପୂର୍ବରୁ ରାହୁଲ୍‌ ପ୍ରାଣୀପ୍ରେମୀ ରଜତ ପରାଶର୍‌ ଏବଂ ସାର୍ଥକଙ୍କ ସହିତ କଥାବାର୍ତ୍ତା କରିଥିଲେ। ସେ ଦୁହେଁ ରାହୁଲ୍‌ଙ୍କ ସହିତ ପ୍ରାଣୀ ମଙ୍ଗଳ ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ଥିଲେ।

publive-image Image Courtesy of Twitter

ବୁଲା କୁକୁରଙ୍କ ତତ୍ତ୍ବାବଧାନ ନିମନ୍ତେ କାର୍ଯ୍ୟ କରୁଥିବା ଗ୍ବାଲିୟର୍‌ର ସିଭିଲ୍‌ ଇଞ୍ଜିନିୟର୍‌ ରଜତ କହିଛନ୍ତି, ରାହୁଲ୍‌ ଗାନ୍ଧୀ ଜଣେ ଚମତ୍କାର ବ୍ୟକ୍ତିତ୍ବ। ତାଙ୍କୁ ଭେଟବା ପରେ ତାଙ୍କ ପ୍ରତି ଥିବା ମୋର ମନୋଭାବ ବଦଳି ଯାଇଛି। ସେ ଜଣେ ପ୍ରାଣୀପ୍ରେମୀ ବୋଲି ଜାଣିଥିଲି, ତେଣୁ ତାଙ୍କୁ ଭେଟି ରାସ୍ତାରେ ମରୁଥିବା ପ୍ରାଣୀଙ୍କ ବିଷୟରେ ଆଲୋଚନା କରିବାକୁ ଚାହୁଁଥିଲି।

ରାହୁଲ୍‌ ଗାନ୍ଧୀ ସେମାନଙ୍କର ୧୦ ମାସର ଜର୍ମାନ୍‌ ସେଫର୍ଡ କୁକୁର ମାର୍ଭେଲ୍‌ ସହିତ ଉଠାଇଥିବା ଫଟୋ ମଧ୍ୟ କଂ‌ଗ୍ରେସ ପାର୍ଟି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌।

ରାହୁଲ୍‌ ନିଜେ ମଧ୍ୟ ଜଣେ କୁକୁର ସଉକୀ। ରଜତ କହିଛନ୍ତି, ରାହୁଲ୍‌ ଗାନ୍ଧୀ ମାର୍ଭେଲ୍‌କୁ ଖାଇବାକୁ ଦେଇ ରାଲିରେ ଯୋଗ ଦେବାକୁ ଆମକୁ ଆମନ୍ତ୍ରଣ କଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe