ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ଦିନ ଅର୍ଥାତ୍ ମେ ୨୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ। ପୂର୍ବ ସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ୍ ମେ ୩୦ରେ କାଲିଫର୍ଣ୍ଣିଆରେ ‘ମୋହବତ୍ କି ଦୁକାନ ଓ ଅନ୍ୟ ଆଲୋଚନା କାର୍ଯ୍ୟକ୍ରମ, ମେ ୩୧ ତାରିଖରେ ‘ଷ୍ଟାନ୍ଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜ୍ନେସ୍’ରେ ‘ଟକ୍ ସୋ’ ଏବଂ ପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ ବୋଲି କଂଗ୍ରେସ ପାର୍ଟିସୂତ୍ରରୁ ଜଣାପଡ଼ିଛି।
Image Courtesy of Zee Newsରାହୁଲ୍ଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ସଂକ୍ରାନ୍ତ ସବିଶେଷ ବିବରଣୀ ପ୍ରଦାନ କରିବା ସମୟରେ ଉପରୋକ୍ତ ସୂତ୍ର କହିଛି ଯେ, ମେ ୩୧ ତାରିଖ ଦିନ ୧୦ଟା ବେଳେ ସେ ‘ଏଆଇ ଆଣ୍ଡ୍ ହ୍ୟୁମାନ୍ ଡେଭ୍ଲପ୍ମେଣ୍ଟ୍: ଏ ଚାଟ୍ ୱିଥ୍ ରାହୁଲ୍ ଗାନ୍ଧୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ସେହି ଦିନ ସନ୍ଧ୍ୟା ୫ଟା ବେଳେ ରାହୁଲ୍ ‘ଦି ନ୍ୟୁ ଗ୍ଲୋବାଲ୍ ଇକ୍ବିଲିବ୍ରିୟମ୍: ଟକ୍ ବାଏ ରାହୁଲ୍ ଗାନ୍ଧୀ’ ଶୀର୍ଷକ ଆଉ ଏକ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେବେ।
Image Courtesy of The Statesmanକାଲିଫର୍ଣ୍ଣିଆର ସନ୍ନିଭେଲ୍ରେ ଆୟୋଜନ ହେବାକୁ ଥିବା ‘ଏଆଇ ଆଣ୍ଡ୍ ହ୍ୟୁମାନ୍ ଡେଭ୍ଲପ୍ମେଣ୍ଟ୍’ କାର୍ଯ୍ୟକ୍ରମରେ କେତେକ ବୈଷୟିକ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତରେ ରାହୁଲ୍ ଅବାଧ ଆଲୋଚନା କରିବେ। ସେହିପରି, ‘ଷ୍ଟାନ୍ଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜ୍ନେସ୍’ସ୍ଥିତ ‘ସିମେକ୍ସ୍ ଅଡିଟରିୟମ୍’ରେ ଦ୍ବିତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାଛଡ଼ା, ମେ ୩୦ ତାରିଖ ଦିନ ରାହୁଲ୍ କାଲିଫର୍ଣ୍ଣିଆରେ ‘ମୋହବତ୍ କି ଦୁକାନ’ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ।
ଏହା ବ୍ୟତିରେକେ, ଜୁନ୍ ୪ ତାରିଖ ଦିନ ରାହୁଲ୍ ଗାନ୍ଧୀ ନ୍ୟୁୟର୍କରେ ‘ଏନ୍ଆର୍ଆଇ’ ସମ୍ମିଳନୀରେ ଉଦ୍ବୋଧନ ଦେବେ।
Follow Us