ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟ୍ବିଟ କରି ଲେଖିଲେ ଏଭଳି କଥା

ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଟ୍ବିଟ କରି ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ: ହାର ମାନିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପଞ୍ଜାବରେ କଂଗ୍ରେସର ସବୁ ବଡ଼ ବଡ଼ ନେତା ଶୋଚନୀୟ ଭାବେ ପରାସ୍ତ ହେବା ପରେ ଏବେ ଟ୍ବିଟ କରି ପରାଜୟ ସ୍ବୀକାର କରିଛନ୍ତି ରାହୁଲ। ‌ଲୋକମାନଙ୍କର ନିଷ୍ପତ୍ତିକୁ ବିନମ୍ର ଭାବରେ ଗ୍ରହଣ କରୁଛୁ ବୋଲି ସେ ଟ୍ବିଟ କରି କହିଛନ୍ତି।

ସେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ଲୋକଙ୍କ ରାୟକୁ ନମ୍ରତାର ସହ ଗ୍ରହଣ କରୁଛୁ । ଯେଉଁମାନେ ଜନାଦେଶ ଜିତିଛନ୍ତି ସେମାନଙ୍କୁ ଶୁଭେଚ୍ଛା । ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ଏବଂ ସମର୍ପଣ ପାଇଁ ମୋର କୃତଜ୍ଞତା। ଆମେ ଏଥିରୁ ଶିଖିବୁ ଏବଂ ଭାରତର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ ଜାରି ରଖିବୁ ବୋଲି ଗାନ୍ଧୀ କହିଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ହସ୍ତଗତ ଫଳାଫଳ ଅନୁସାରେ ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆପ ୯୨ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୭୨ଟିରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୧୮ଟିରେ ଆଗୁଆ ରହିଥିବା ବେଳେ ୧୧ଟିରେ ବିଜୟ ଲାଭ କରିଛି। ଆପ ଏବେ ୨୦ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ ବିଜେପି ମାତ୍ର ୨ଟି ଆସନରେ ଜିତିବାରେ ସଫଳ ହୋଇଛି।

ପଞ୍ଜାବରେ କଂଗ୍ରେସ‌ର ବଡ଼ ବଡ଼ ନେତା ମାଟି କାମୁଡ଼ିବା ପରେ ଏବେ କଂଗ୍ରେସ ହାରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ୍ ସିଂହ ଚନ୍ନି ଓ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଭଳି ନେତା ହାରିଥିବା ବେଳେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ବିଜୟୀ ହୋଇଛନ୍ତି। ଏହା ପରେ ଆପ୍ ମୁଖ୍ୟ କେଜ୍ରିଓ୍ବାଲ ଏବେ ପଞ୍ଜାବରେ ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe