ରାହୁଲ ଲଣ୍ଡନ ଗସ୍ତ ପାଇଁ ସରକାରୀ ମଂଜୁରି ନେଇନାହାନ୍ତି

Advertisment
ରାହୁଲ ଲଣ୍ଡନ ଗସ୍ତ ପାଇଁ ସରକାରୀ ମଂଜୁରି ନେଇନାହାନ୍ତି

Image Courtesy of Zee News

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ଲଣ୍ଡନ ଗସ୍ତ କରିଥିବା ବେଳେ ଏଥିପାଇଁ ସେ ବିଦେଶ ମନ୍ତ୍ରାଳୟର ରାଜନୈତିକ ମଂଜୁରି ନିମନ୍ତେ କୌଣସି ଆବେଦନ କରିନଥିଲେ ବୋଲି ଜଣାପଡ଼ିଛି। ସୁରକ୍ଷା ବଳୟ ଥିବା ରାଜନେତାଙ୍କ ଏଭଳି ଗସ୍ତ ପାଇଁ ମଂଜୁରି ଆବଶ୍ୟକ ଥିଲେ ମଧ୍ୟ ରାହୁଲ ଏହି ନିୟମକୁ ସଂପୂର୍ଣ୍ଣ ଅଣଦେଖା କରିଥିବା କେନ୍ଦ୍ର ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ରାହୁଲଙ୍କ ଲଣ୍ଡନ ଗସ୍ତ ମଧ୍ୟ ବିଭିନ୍ନ କାରଣରୁ ବିବାଦୀୟ ରହିଛି । ଏହି ଗସ୍ତ ସମୟରେ ସେ ବ୍ରିଟିଶ ଲେବର ପାର୍ଟି ନେତା ଜେରେମି କାର୍ବିନ୍‌ଙ୍କୁ ଭେଟିଥିଲେ ଏବଂ ଏହାର ଫଟୋ ପୋଷ୍ଟ୍‌ କରିଥିଲେ। କାଶ୍ମୀର ପ୍ରସଙ୍ଗରେ ଖୋଲାଖୋଲି ପାକିସ୍ତାନର ପକ୍ଷ ନେଉଥିବା ଜେରେମିଙ୍କୁ ରାହୁଲ ଭେଟିଥିବାରୁ ଭାରତରେ ଏହାର କଡ଼ା ସମାଲୋଚନା କରାଯାଉଛି । ରାହୁଲ ଲଣ୍ଡନର ଏକ କଲେଜରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କହିଥିଲେ ଯେ ଭାରତର ଗଣତନ୍ତ୍ର ଏବେ ବିପଦଗ୍ରସ୍ତ ଏବଂ ସଂଖ୍ୟାଲଘୁଙ୍କୁ ବିକାଶ ଯୋଜନାରୁ ବଞ୍ଚିତ କରାଯାଉଛି। ଭାରତର ବିଦେଶ ନୀତିକୁ ମଧ୍ୟ ରାହୁଲ ସମାଲୋଚନା କରିଥିଲେ ଏବଂ ଏହା ଅହଙ୍କାର ଦ୍ବାରା ପରିଚାଳିତ ବୋଲି କହିଥିଲେ। ଏହାର ଜବାବରେ ବିଦେଶ ମନ୍ତ୍ରୀ ଏସ୍‌ . ଜୟଶଙ୍କର କହିଥିଲେ ଯେ ଭାରତର ବିଦେଶ ନୀତି ଅହଙ୍କାର ନୁହେଁ, ଆତ୍ମବିଶ୍ବାସ ଦ୍ବାରା ପରିଚାଳିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe