ଜନ୍ମବେଳେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ୍

Advertisment
ଜନ୍ମବେଳେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ୍

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ୩ ଦିନିଆ ୱାୟନାଡ଼ ନିର୍ବାଚନମଣ୍ଡଳୀ ଗସ୍ତ ଆଜି ଶେଷ ହୋଇଛି। ଶେଷ ଦିନରେ ସେ ତାଙ୍କ ନିର୍ବାଚନମଣ୍ଡଳୀର ଜଣେ ଅବସରପ୍ରାପ୍ତ ନର୍ସଙ୍କୁ ଭେଟି ଆଲିଙ୍ଗନ କରିଛନ୍ତି। ତେବେ ସେହି ନର୍ସଙ୍କର ଏକ ବିଶେଷ ପରିଚୟ ହେଲା ରାହୁଲ ଦିଲ୍ଲୀରେ ଜନ୍ମବେଳେ ସେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ନର୍ସଙ୍କର ନାମ ହେଉଛି ରାଜମ୍ମା ରାଜପାନ୍। ଉଲ୍ଲେଖଯୋଗ୍ୟ ଯେ, ୪୯ ବର୍ଷୀୟ ରାହୁଲଙ୍କର ଜନ୍ମ ତାରିଖ ହେଉଛି ଜୁନ୍ ୧୯। ରାଜମ୍ମାଙ୍କୁ ଆଲିଙ୍ଗନ କରିବା ଫଟୋକୁ ରାହୁଲ ‌ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe