ରାହୁଲ୍‌ ଜଣେ ଖ୍ରୀଷ୍ଟିଆନ୍‌,୧୦ ଜନପଥ ଭିତରେ ଚର୍ଚ୍ଚ ଅଛି : ସ୍ୱାମୀ

Advertisment
ରାହୁଲ୍‌ ଜଣେ ଖ୍ରୀଷ୍ଟିଆନ୍‌,୧୦ ଜନପଥ ଭିତରେ ଚର୍ଚ୍ଚ ଅଛି : ସ୍ୱାମୀ

Photo: Zee News

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ମନ୍ଦିର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ର୍ୟମନିଆନ୍‌ ସ୍ୱାମୀ। ସେ ରାହୁଲ୍‌ଙ୍କୁ ଆହ୍ଵାନ ଦେଇଛନ୍ତି ଯେ ରାହୁଲ ପ୍ରଥମେ ପ୍ରମାଣ କରନ୍ତୁ କି ସେ ଜଣେ ହିନ୍ଦୁ। ସ୍ୱାମୀ କହିଛନ୍ତି, ସେ ପ୍ରଥମେ ନିଜକୁ ଜଣେ ହିନ୍ଦୁ ବୋଲି ଘୋଷଣା କରନ୍ତୁ।

ସଂପ୍ରତି କଂଗ୍ରେସ ଉପରେ ସମାଲୋଚନାକୁ ଜୋରଦାର କରିଛନ୍ତି ସ୍ୱାମୀ। ସେ ମତ ଦେଇଛନ୍ତି ଯେ, ମୁଁ ସନ୍ଦେହ କରୁଛି କି ରାହୁଲ୍‌ ଜଣେ ଖ୍ରୀଷ୍ଟିୟାନ୍‌। ତାଙ୍କର ସରକାରୀ ବାସଭବନ ୧୦, ଜନପଥ ଭିତରେ ଏକ ଚର୍ଚ୍ଚ ରହିଛି।

ରାହୁଲ୍‌ ଗାନ୍ଧୀ ତାଙ୍କର ତିନିଦିନିଆ ଗସ୍ତ କାଳରେ ବହୁ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ ଓ ସେଠାରେ ପୂଜାର୍ଚ୍ଚନା କରିଥିଲେ। ରାହୁଲ୍‌ ଗାନ୍ଧୀଙ୍କ ମନ୍ଦିର ଗସ୍ତକୁ ସମାଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ସୁବ୍ରମନିଆନ୍‌ ସ୍ୱାମୀ।

ରାହୁଲ୍‌ଙ୍କ ମନ୍ଦିର ପରିଦର୍ଶନ ଓ ପୂଜାର୍ଚ୍ଚନା ହିନ୍ଦୁ ଭୋଟରମାନଙ୍କୁ କଂଗ୍ରେସ ଦଳ ଆଡ଼କୁ ଆକର୍ଷିତକରିବାକୁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ସ୍ୱାମୀ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଦାବି କରାଯାଇଛି କି, କଂଗ୍ରେସ ଦଳର ଯେଉଁ ହିନ୍ଦୁ ବିରୋଧୀ ଭାବମୂର୍ତ୍ତି ରହିଛି ତାହାକୁ ପରିବର୍ତ୍ତନ କରିବା ଲାଗି ରାହୁଲ୍‌ ମନ୍ଦିର ପରିକ୍ରମା ଆରମ୍ଭ କରିଛନ୍ତି। ଏହା ଜନସାଧାରଣଙ୍କ ଆଖିରେ ଧୂଳି ଦେବା ଲାଗି ଉଦ୍ଦିଷ୍ଟ।

ଗତ ସୋମବାର ରାହୁଲ୍‌ ଗାନ୍ଧୀ ପ୍ରସିଦ୍ଧ ଦ୍ୱାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ତାଙ୍କର ଗୁଜୁରାଟ ଗସ୍ତ ଆରମ୍ଭ କରିଥିଲେ।ଏଥିସହ ନିଜ ଗସ୍ତ କାଳରେ ରାହୁଲ୍‌ ସୁରେନ୍ଦ୍ର ନଗର ଜିଲ୍ଲାର ଚୋତିଲା ମନ୍ଦିର, କଗେଭାଦ୍‌ର ଖୋଦାଲ୍‌ ଡ୍ୟାମ ମନ୍ଦିର, ରାଜକୋଟ୍‌ର ଜଲାରାମ୍‌ ମନ୍ଦିର ପରିଦର୍ଶନ କରିଥିଲେ।

ସାଧାରଣ ଭାବେ ରାହୁଲ୍‌ ଗସ୍ତରେ ଯାଉଥିବା ବେଳେ ମନ୍ଦିର ପରିଦର୍ଶନ କରିବାକୁ ଯାଇ ନଥାନ୍ତି। ତେବେ ଗୁଜୁରାଟ୍‌ରେ ଏହି ଧାରା ଆରମ୍ଭ କରିବା ପରେ ବିଜେପି ଏହାକୁ କଡ଼ା ସମାଲୋଚନା କରିଛି। ହିନ୍ଦୁ ଭୋଟରମାନଙ୍କୁ କଂଗ୍ରେସ ଦଳ ଆଡ଼କୁ ଆକୃଷ୍ଟ କରିବା ଲାଗି ସେ ଏପରି ନାଟକ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଗୁଜୁରାଟ ଗସ୍ତ କାଳରେ ରାହୁଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓ ଜିଏସ୍‌ଟିକୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe