ସଂସଦରେ ରାହୁଲ ତାତି: ବାଚସ୍ପତିଙ୍କୁ କାଗଜ ଫିଙ୍ଗିଲେ କଂଗ୍ରେସ ସାଂସଦ

Advertisment

ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ

ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ

ସଂସଦରେ ରାହୁଲ ତାତି: ବାଚସ୍ପତିଙ୍କୁ କାଗଜ ଫିଙ୍ଗିଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଏବଂ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସୋମବାର ଦିନ ବି‌ରୋଧୀ ନେତାମାନେ ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ କରିଛନ୍ତି। ଗୃହରେ ମଧ୍ୟ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ ହୋଇଛି। ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଉଭୟ ଗୃହରେ ହୋହଲ୍ଲା ହେବାରୁ ଗୃହ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ୨ ଜଣ କଂଗ୍ରେସ ସାଂସଦ ଟିଏନ୍‌ ପ୍ରତାପନ ଏବଂ ହିବି ଏଡେନ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲିଯାଇଥିଲେ ଏବଂ ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପରକୁ କାଗଜ ଫିଙ୍ଗିଥିଲେ। ବିରୋଧୀ ସାଂସଦଙ୍କ ହଟ୍ଟଗୋଳ ଯୋଗୁ ମାତ୍ର କିଛି ସମୟ ମଧ୍ୟରେ ‌ବାଚସ୍ପତି ଓମ୍‌ ବିର୍ଲା ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ।

publive-image

ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କ ଆସନ ଗ୍ରହଣ କରିବା ପୂର୍ବରୁ ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇ ହୋହଲ୍ଲା କରିଥିଲେ। ‘ମୋଦୀ-ଆଦାନୀ ଭାଇ ଭାଇ’ ସ୍ଲୋଗାନ ଦେଇ ବିରୋଧୀ ସାଂସଦମାନେ ଗୃହ କମ୍ପାଇଥିଲେ। ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଆଜି ବିରୋଧୀ ନେତାମାନେ କଳା ପୋଷାକ ପରିଧାନ କରି ସଂସଦକୁ ଆସିଥିଲେ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏକ କଳା ସ୍କାର୍ଫ ପକାଇଥିବାବେଳେ ଅନ୍ୟ ନେତାମାନେ କଳା ସାର୍ଟ ପିନ୍ଧିଥିଲେ। ଏନ୍‌ସି ନେତା ଫାରୁକ ଅବଦୁଲ୍ଲା କଳା କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି।

publive-image

ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂ‌ଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଗଣତନ୍ତ୍ରକୁ କିଭଳି ‌ଶେଷ କରିଦେଇଛନ୍ତି ତାହା ଦେଖାଇବାପାଇଁ ଆମେ କଳା ପୋଷାକ ପିନ୍ଧି ଆନ୍ଦୋଳନ କରୁଛୁ। ଇତି ମଧ୍ୟରେ ମହାରାଷ୍ଟ୍ର ବିଜେପି ସାଂସଦମାନେ ରାହୁଲ ଗାନ୍ଧିଙ୍କ ସବରକର ଟିପ୍ପଣୀକୁ ବିରୋଧ କରି ଆଜି ସଂସଦର ଶିବାଜୀ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଛନ୍ତି। ଆଜି ଟିଏମ୍‌ସି ସାଂସଦମାନେ କଳା ମାସ୍କ ପିନ୍ଧି ସଂସଦ ବାହାରେ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe