କନ୍ୟାକୁମାରୀ: ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ଫଟୋ ଭାଇରାଲ ହୋଇଛି। ଏଥିରେ ରାହୁଲ ହସୁଥିବା ଦେଖିବାକୁ ମିଳିଛି। ତେବେ ଏହି ହସର କାରଣ ମଧ୍ୟ ବେଶ୍ ରୋଚକ। କଂଗ୍ରେସ ସାଂସଦ ଜୟରାମ ରମେଶ ଏ ବାବଦ ଫଟୋ ପୋଷ୍ଟ କରି ରାହୁଲଙ୍କ ହସର କାରଣ ଉଲ୍ଲେଖ କରିଛନ୍ତି। ଜୟରାମ କହିଛନ୍ତି ଶନିବାର କନ୍ୟାକୁମାରୀଠାରେ ରାହୁଲ ମନରେଗା ଯୋଜନା ନେଇ ମହିଳାମାନଙ୍କୁ ଭେଟିଥିଲେ। ଜଣେ ମହିଳା ରାହୁଲଙ୍କୁ କହିଥିଲେ, ଅମେ ଜାଣୁ ଆପଣ ତାମିଲନାଡ଼ୁକୁ ଭଲ ପାଆନ୍ତି ଏବଂ ଆମେ ଆପଣଙ୍କୁ ଜଣେ ତାମିଲ ଝିଅକୁ ବାହା କରାଇ ଦେବୁ। ଏଭଳି କଥା ଶୁଣି ରାହୁଲ ହସି ଉଠିଥିଲେ ବୋଲି ଜୟରାମ ଟ୍ବିଟ୍ କରି କହିଛନ୍ତି।
ବିବାହ କଥା ପଡ଼ିବାରୁ ହସିଲେ ରାହୁଲ
Advertisment
Follow Us