ରାହୁଲଙ୍କ ନେତୃତ୍ୱ ଓ ‘ଗୁଜରାଟ ମଡେଲ’ର ପରୀକ୍ଷା

Advertisment
ରାହୁଲଙ୍କ ନେତୃତ୍ୱ ଓ ‘ଗୁଜରାଟ ମଡେଲ’ର ପରୀକ୍ଷା

ନୂଆଦିଲ୍ଲୀ: ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ମଡେଲ ଏବଂ ନବ ନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱର ପରୀକ୍ଷା ହୋଇଯାଇଛି । ଗୋଟିଏ ପଟେ ମୋଦିଙ୍କ ବିକାଶ ମନ୍ତ୍ର କିଭଳି ‘ଫମ୍ପା’ ଏବଂ ବାସ୍ତବ କ୍ଷେତ୍ରରେ ତାହାର ଭୂମିକା କିଛି ନାହିଁ ତାହା ରାହୁଲ ପ୍ରମାଣ କରିବାକୁ ଜୋର୍‌ଦାର ପ୍ରୟାସ କରିଥିବା ବେଳେ ଅନ୍ୟପଟେ ମୋଦିଙ୍କ ‘ମୁୁଁ ହିଁ ବିକାଶ’ ମନ୍ତ୍ର ଏହାକୁ ପ୍ରତିହତ କରିଥିଲା। ତେବେ ଉଭୟ ମୋଦି ଓ ରାହୁଲ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି। ରାହୁଲ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣିତ କରିବାରେ ସଫଳ ହୋଇଥିବା ବେଳେ ଜିଏସ୍‌ଟି ଏବଂ ବିମୁଦ୍ରାକରଣ ବିରୋଧରେ କଂଗ୍ରେସ ଅଧ୍ୟକ୍ଷଙ୍କ ଅଭିଯାନକୁ ମଧ୍ୟ ପ୍ରତିହତ କରିବାରେ ମୋଦି ସକ୍ଷମ ହୋଇଛନ୍ତି। ତେବେ ଗୁଜରାଟ ଲଢ଼େଇ ଏହା ପ୍ରମାଣ କରିଦେଇଛି ଯେ ଆଗାମୀ ୨୦୧୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡ଼ିକରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ କଡ଼ା ଟକ୍କର ହେବ।

ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଯୋଡ଼ିକୁ ତାଙ୍କ ଗୃହରାଜ୍ୟ ଗୁଜରାଟକୁ ଆସି ରାହୁଲ ଯେଭଳି ଟକ୍କର ଦେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ କୃଷକଙ୍କ ପ୍ରତି ଦରଦୀ ମନୋଭାବକୁ ଗୁଜରାଟର ଚାଷୀ ନେତାମାନେ ଗ୍ରହଣ କରିଥିବାରୁ ଆଗକୁ ଏହା ବିଜେପିର ସଙ୍କଟ ବଢ଼ାଇବ ବୋଲି କୁହାଯାଉଛି । ଆଗାମୀ ମଧ୍ୟପ୍ରଦେଶ ନିର୍ବାଚନରେ ମଧ୍ୟ ରାହୁଲ କୃଷକଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe