ଦୀପାବଳୀ ପରେ ରାହୁଲ ଗାନ୍ଧି କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ୱ ନେଇପାରନ୍ତି: ସଚିନ ପାଇଲଟ

Advertisment
ଗୁଜରାଟରେ ରାହୁଲଙ୍କ ପ୍ରଚାର: ଭୋଟିଂ ଦିନ ବିଜେପିକୁ କରେଣ୍ଟ୍‌ ଲାଗିବ

ନୂଆଦିଲ୍ଲୀ: ଦୀପାବଳୀ ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଦଳର ସମ୍ପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେଇ ପାରନ୍ତି ବୋଲି ରାଜସ୍ଥାନ କଂଗ୍ରେସ ପ୍ରମୁଖ ସଚିନ ପାଇଲଟ ରବିବାର କହିଛନ୍ତି। ସଚିନ ଏହା ବି କହିଛନ୍ତି, ଦଳର ଉପାଧ୍ୟକ୍ଷ ଭାବେ ରାହୁଲ ଆଧିକାଂଶ କାମ ତୁଲାଇ ସାରିଛନ୍ତି। ବର୍ତ୍ତମାନ ସମୟ ଆସିଯାଇଛି ତାଙ୍କୁ ଦଳର ସମସ୍ତ କାମ ନିଜ କାନ୍ଧକୁ ନେବା ଦରକାର। ରାହୁଲ ନିଜେ ମଧ୍ୟ କହିଛନ୍ତି, ଏଥିପାଇଁ ସେ ସମ୍ପୂର୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

ରାହୁଲ ଗତମାସରେ ଆମେରିକା ଯାତ୍ରା ସମୟରେ କହିଥିଲେ, ସେ କଂଗ୍ରେସ ନେତୃତ୍ୱର ଉତ୍ତରଦାୟିତ୍ୱ ସମ୍ଭାଳିବା ପାଇଁ ମାନସିକ ଓ ଶାରୀରିକ ସ୍ତରରେ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରିୟଙ୍କାଙ୍କୁ କ’ଣ ରାଜନୀତିରେ ଆସିବା କଥା? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ମୋର କହିବାନୁସାରେ ସେ କଂଗ୍ରେସ ପରିବାର ସହିତ ଜଡ଼ିତ ଅଛନ୍ତି। ଜୁରୁରୀ ପଡ଼ିଲେ ପ୍ରି୍ରୟଙ୍କା ରାଜନୀତିକୁ ନିଶ୍ଚୟ ଆସିବେ। ସେ ସକ୍ରିୟ ରାଜନୀତିରେ ଆସନ୍ତୁ ଅବା ନାହିଁ, ଏହା ତାଙ୍କର ଓ ପରିବାରବର୍ଗଙ୍କ ବ୍ୟକ୍ତିଗତ ନିଷ୍ପତ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe