କଂଗ୍ରେସ ସଭାପତି ନିର୍ବାଚନ: ରାହୁଲଙ୍କୁ କୌଣସି ପଦବୀର ଆବଶ୍ୟକତା ନଥିବା କହିଲେ ଦିଗବିଜୟ

Advertisment
କଂଗ୍ରେସ ସଭାପତି ନିର୍ବାଚନ: ରାହୁଲଙ୍କୁ କୌଣସି ପଦବୀର ଆବଶ୍ୟକତା ନଥିବା କହିଲେ ଦିଗବିଜୟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କୌଣସି ପଦର ଆବଶ୍ୟକତା ନାହିଁ। ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏଭଳି କହିଛନ୍ତି। କଂଗ୍ରେସର ସଭାପତି ପଦ ପାଇଁ ପ୍ରାର୍ଥୀ କିଏ ହେବ, ସେନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ୭ଟି ରାଜ୍ୟ ରାହୁଲଙ୍କୁ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛନ୍ତି। ଏମଧ୍ୟରେ ଶଶି ଥରୁର ମଧ୍ୟ ସଭାପତି ପଦ ପାଇଁ ଲଢ଼େଇ କରିବାକୁ ଚାହୁଁଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଥା ମନେ ପକାଇ ରାହୁଲ ଗାନ୍ଧୀଙ୍କୁ କୌଣସି ପଦବୀର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଗବିଜୟ ସିଂ।

ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ କୌଣସି ପଦବୀ ଦରକାର ନାହିଁ। ମହାତ୍ମା  ଗାନ୍ଧୀଜୀ କୌଣସି ପଦବୀରେ ନରହି ବି ସମଗ୍ର ଦେଶର ମାର୍ଗଦର୍ଶନ କରିଥିଲେ। ରାହୁଲ ମଧ୍ୟ ‌ସେଭଳି କରିପାରିବେ। କଂଗ୍ରେସ ସଭାପତି ପଦବୀ ପାଇଁ ପ୍ରାର୍ଥୀ କିଏ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ଦିଗବିଜୟ କହିଛନ୍ତି, ଫର୍ମ ପୂରଣ କରିବାର ତାରିଖ ସେପ୍ଟେମ୍ବର ୨୪ରୁ ୩୦ତାରିଖ ପର୍ଯ୍ୟନ୍ତ ରହିଛି। ସେ ଦିନକୁ ଅପେକ୍ଷା କରନ୍ତୁ।

ତେବେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ମୁଖ୍ୟ କରିବା ପାଇଁ ସଂକଳ୍ପ ପାରିତ କରିଛନ୍ତି ୭ଟି ରାଜ୍ୟ। ଦିନକୁ ଦିନ ରାହୁଲଙ୍କୁ ଦଳର ସମର୍ଥନ ମିଳୁଥିବା ବେଳେ ଏପର୍ଯ୍ୟନ୍ତ ୭ଟି ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିସାରିଛନ୍ତି। ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଥିବା ବେଳେ ପରେ ମହାରାଷ୍ଟ୍ର, ବିହାର, ତାମିଲନାଡୁ, ଜମ୍ମୁ-କଶ୍ମୀର, ଛତିଶଗଡ଼ ଓ ଗୁଜରାଟ ରାଜ୍ୟ ୟୁନିଟ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ସଂକଳ୍ପ ପାରିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe