ରାଜଘାଟରେ ରାହୁଲଙ୍କ ଅନଶନ : ବିଜେପିର ରାଜନୀତି ବିଭାଜନକାରୀ

Advertisment
ରାଜଘାଟରେ ରାହୁଲଙ୍କ ଅନଶନ : ବିଜେପିର ରାଜନୀତି ବିଭାଜନକାରୀ

ନୂଆଦିଲ୍ଳୀ : ଏସ୍‌୍‌ସିଏସ୍‌୍‌ଟି ଆଇନରେ ସଂଶୋଧନ, କୃଷକଙ୍କ ସମସ୍ୟା ଓ ଦଳିତ ବିରୋଧୀ ହିଂସା ପ୍ରତିବାଦରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳୀୟ ନେତାମାନଙ୍କ ସହ ରାଜଘାଟରେ ଦିନିକିଆ ଅନଶନ କରିଛନ୍ତି। ଅନଶନ ପରେ ରାହୁଲ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେପିର ରାଜନୀତି ସଂପୂର୍ଣ୍ଣ ବିଭାଜନକାରୀ ଏବଂ ଏଥିଯୋଗୁଁ ଦେଶରେ ହିଂସା ଓ ଅସ୍ଥିରତା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପଟେ ଦଳିତ ବିରୋଧୀ ନୀତି ଧରିଥିବା ବେଳେ ଅନ୍ୟପଟେ ଜାତିଆଣ ରାଜନୀତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ରାହୁଲ ଓ ଅନ୍ୟ କଂଗ୍ରେସ ନେତାମାନେ କହିଛନ୍ତି।

ଦେଶରେ ସଦ୍‌୍‌ଭାବନା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ କଂଗ୍ରେସ ଅହରହ ଉଦ୍ୟମ କରିଆସୁଛି ବୋଲି ମତଦେଇ ରାହୁଲ କହିଛନ୍ତି ଯେ ସରକାର ଦଳିତ ଓ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି। ଏନ୍‌୍‌ଡିଏ ସରକାର ଏବେ ଦେଶରେ ଯେଭଳି ବାତାବରଣ ସୃଷ୍ଟି କରିଛନ୍ତି ସେଥିରେ ଜନସାଧାରଣ ଘୋର ଅସନ୍ତୁଷ୍ଟ ଅଛନ୍ତି ଏବଂ ୨୦୧୯ରେ ଏହି ସରକାର ହଟିବା ସୁନିଶ୍ଚିତ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ମଧ୍ୟ ସରକାର ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି ଏବଂ କଂଗ୍ରେସ ଏହା ବିରୋଧରେ ସଂଗ୍ରାମ ଜାରି ରଖିଛି ବୋଲି ରାହୁଲ କହିଛନ୍ତି। ରାଜଘାଟରେ ରାହୁଲଙ୍କ ସହିତ ଅନଶନରେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ, ଶିଲା ଦିକ୍ଷୀତ, ପି.ସି. ଚାକୋ, ଦଳର ଦିଲ୍ଲୀ ୟୁନିଟ୍‌ ମୁଖ୍ୟ ଅଜୟ ମାକେନ, କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେଓ୍ଵାଲା ଏହି ଉପବାସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ଆଗକୁ କର୍ଣ୍ଣାଟକ ନିର୍ବାଚନ ଥିବା ବେଳେ ଏନ୍‌୍‌ଡିଏ ସରକାର ବିରୋଧରେ କଂଗ୍ରେସର ଅଭିଯାନ ଜୋରଦାର ହୋଇଛି ଏବଂ କଂଗ୍ରେସ ଦୁର୍ବଳ ଥିବା ରାଜ୍ୟରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଦଳ ତୟାର ହେଉଛି। ନିକଟରେ ଶେଷ ହୋଇଥିବା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ କୌଣସି କାମ ହୋଇପାରିନଥିବାରୁ ଏଥିପାଇଁ ଏନ୍‌୍‌ଡିଏକୁ ଘେରିବା ପାଇଁ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି। ତେବେ ସଂସଦରେ ଯେଉଁ ଅଚଳାବସ୍ଥା ଦେଖିବାକୁ ମିଳିଥିଲା ସେଥିପାଇଁ କଂଗ୍ରେସ ହିଁ ଦାୟୀ ବୋଲି ବିଜେପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe