Yahoo News India
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ଦେଶକୁ ବିଭାଜନ କରିବାକୁ ଚାହାନ୍ତି ଏବଂ ଏହି ଉଭୟ ନେତା ଦେଶରେ ଗୃହ ଯୁଦ୍ଧ ଆରମ୍ଭ କରିବାକୁ ଚାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ମୋଗଲ ଏବଂ ଇଂରେଜ ଯାହା କରିନଥିଲେ ରାହୁଲ ଗାନ୍ଧି, କଂଗ୍ରେସ, ଅୱେସି ଏବଂ ‘ଟୁକ୍ଡେ -ଟୁକ୍ଡେ’ ଗ୍ୟାଙ୍ଗ୍ ତାହା କରିବାକୁ ଚାହାନ୍ତି । ସେମାନେ ଭାରତରେ ଗୃହଯୁଦ୍ଧ ଆରମ୍ଭ କରିବାକୁ ଚାହାନ୍ତି ବୋଲି ଗିରିରାଜ କହିଛନ୍ତି। ବିଜେପି ମଧ୍ୟ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛି। ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛର ସର୍ଦ୍ଦାର କହିଥିବାରୁ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି।
Follow Us