Image Courtesy of NDTV
ଲକ୍ଷ୍ନୌ: ଗତ ରବିବାର ଦିନ ଲଖିମ୍ପୁର ଖେରିର ଯେଉଁ ସ୍ଥାନରେ କାର୍ ଚଢ଼ିଯାଇ ଓ ହିଂସାକାଣ୍ଡ ଘଟି ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ସେଠାକୁ ଯିବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ତିନିଜଣଙ୍କୁ ଆଜି ଅପରାହ୍ଣରେ ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଛି।
ଲଖିମ୍ପୁର ଖେରି ଗସ୍ତ କରି ଗାଡ଼ି ଚାପାରେ ନିହତ ଚାରି କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଇଚ୍ଛୁକ ରାହୁଲ୍, ପ୍ରିୟଙ୍କା ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ଉତ୍ତର ପ୍ରଦେଶ ପୁଲିସ ଅନୁମତି ଦେଉ ନ ଥିଲା। ଗତକାଲି ଲଖିମ୍ପୁର ଅଭିମୁଖେ ଯାଉଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସୀତାପୁରରେ ଅଟକ ରଖାଯାଇ ଏକ ଗେଷ୍ଟ୍ ହାଉସ୍କୁ ନିଆଯାଇଥିଲା।
ଆଜି ରାହୁଲ୍ ଗାନ୍ଧୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀ ଓ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପାଳ ଓ ସଚିନ୍ ପାଇଲଟ୍ଙ୍କୁ ଦିଲ୍ଲୀ-ଲକ୍ଷ୍ନୌ ବିମାନ ଆରୋହଣ କରିବାରେ ବାଧା ଦିଆଯାଇଥିଲା।
Follow Us