Hindustan Times
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଆଜି (ମଙ୍ଗଳବାର) ଅପରାହ୍ଣରେ ମିରଟ ସହର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ନ ଦେଇ ମଝି ବାଟରେ ଅଟକାଇ ଦେଇଛି।
ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ଗୋଟିଏ ଗାଡ଼ିରେ ମିରଟ ଅଭିମୁଖେ ଯାଉଥିବା ବେଳେ ରାଜଦାନୀ ଦିଲ୍ଲୀରୁ ୫୦ କିଲୋମିଟର ଦୂର ପାତ୍ରପୁର ଅଞ୍ଚଳରେ ୟୁପି ପୁଲିସ୍ ସେମାନଙ୍କୁ ମଝି ବାଟରେ ଅଟକାଇ ଦେଇଥିଲା।
The Hindu‘ଆମେ ପୁଲିସ୍ଙ୍କୁ ପଚାରିଥିଲୁ ଯେ ଆମକୁ ଅଟକାଇବା ପାଇଁ ଆପଣମାନଙ୍କ ପାଖରେ କିଛି ଲିଖିତ ନିର୍ଦ୍ଦେଶନାମା ଅଛି କି? ହେଲେ, ସେମାନେ କିଛି ନିର୍ଦ୍ଦେଶନାମା ନ ଦେଖାଇ ଆମକୁ ଆଗକୁ ନ ଯିବାକୁ ଦେଇ ସେଠାରୁ ଫେରାଇ ଦେଇଥିଲେ’, ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ରାହୁଲ ଗାନ୍ଧୀ। ଏଥିସହ ପୁଲିସ୍ର ଏ ପ୍ରକାର ଆଚରଣକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।
Follow Us