ଜିଏସ୍‌ଟି ପରେ ଜିଡିପିକୁ ରାହୁଲଙ୍କ କଟାକ୍ଷ

Advertisment
ଜିଏସ୍‌ଟି ପରେ ଜିଡିପିକୁ ରାହୁଲଙ୍କ କଟାକ୍ଷ

Image Courtesy of HT

ନୂଆଦିଲ୍ଲୀ: ଜିଏସ୍‌ଟିକୁ ଗବ୍ଦର ସଂହ ଟ୍ୟାକ୍ସ ନାମ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଜିଡିିପିକୁ କଟାକ୍ଷ କରି ନୂତନ ସଜ୍ଞା ବାହାର କରିଛନ୍ତି। ଆଚି ରାହୁଲ ଟ୍ଵିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦେଶର ଅର୍ଥ ବ୍ୟବସ୍ଥାକୁ ନିମ୍ନସ୍ତରକୁ ନେଇ ଆସିଛନ୍ତି। ଜିଡ଼ିପିକୁ ନୂତନ ଅର୍ଥରେ ଗ୍ରସ ଡିଭିସିଭ୍‌ ପଲିଟିକ୍ସ(ସଂପୂର୍ଣ୍ଣ ବିଭାଜନକାରୀ ରାଜନୀତି) ବୋଲି ରାହୁଲ ଆଜି ଟ୍ଵିଟ କରି କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କର ଏହି ଅର୍ପୂବ ଯୋଡି ଦେଶକୁ କେଉଁ ସ୍ତରକୁ ନେଇଯାଉଛି ତାହା ସମସ୍ତଙ୍କୁ ଜଣା। କେନ୍ଦ୍ର ସରକାର ଜିଏସ୍‌ଟିର ଦୁରୂପଯୋଗ କରିବା କାରଣରୁ ନିର୍ମାଣ କ୍ଷେତ୍ର ଓ କୃଷିରେ ପ୍ରବଳ କ୍ଷତି ହୋଇଛି, ଯାହାକି ଦେଶର ଜିଡିପିକୁ ହ୍ରାସ କରାଇବାର ଏକ ମୁଖ୍ୟ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ନିଜ ଟ୍ଵିଟର ପେଜ୍‌ରେ ଏକ ଲମ୍ବା ତାଲିକା ଦେଇ ରାହୁଲ କହିଛନ୍ତି ,ଗତ ୧୩ ବର୍ଷ ଅପେକ୍ଷା ଚଳିତ ବର୍ଷ ଦେଶରେ ବିଦେଶୀ ପୁଞ୍ଜିନିବେଶ ହାର ସର୍ବନିମ୍ନ ରହିଛି। ଏହା ସହିତ ବ୍ୟାଙ୍କ ଗୁଡିକରେ ହେଉଥିବା ଋଣ କାରବାର ଗତ ୬୩ ବର୍ଷ ଅପେକ୍ଷା ଚଳିତବର୍ଷ ସବୁଠୁ ନିମ୍ନ ସ୍ତରକୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe