ଦୁଇବର୍ଷର ଦଣ୍ଡ ଶୁଣାଣି ପରେ ରାହୁଲ ଦେଲେ ପ୍ରତିକ୍ରିୟା କହିଲେ,‘ ସତ୍ୟ ମୋର ଭଗବାନ’

Advertisment
ଦୁଇବର୍ଷର ଦଣ୍ଡ ଶୁଣାଣି ପରେ ରାହୁଲ ଦେଲେ ପ୍ରତିକ୍ରିୟା କହିଲେ,‘ ସତ୍ୟ ମୋର ଭଗବାନ’

ନୂଆଦିଲ୍ଲୀ: ମାର୍ଚ୍ଚ ୨୩ ତାରିଖ ଗୁରୁବାର ଦିନ ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧିଙ୍କ ବିରୋଧରେ କରିଥିବା ଶୁଣାଣିକୁ ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି।

୨୦୧୯ ଏପ୍ରିଲରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଆଜି ଶୁଣାଣି କରି ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧିଙ୍କୁ  ୨ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ତାଙ୍କୁ ୧୫ହଜାର ଟଙ୍କାର ଜରିମାନା ରାଶି ପୈଠ କରିବାକୁ ବି ଆଦେଶ ରହିଛି।

ଏହାଛଡ଼ା, ଏହି ନି‌ଷ୍ପତ୍ତି ଉପରେ ଆବେଦନ କରିବା ଲାଗି ମଧ୍ୟ ରାହୁଲଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି ଅଦାଲତ।

ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କୁ ୩୦ ଦିନ ପାଇଁ ଜାମିନ ମଧ୍ୟ ମିଳିଛି। ତେବେ ଜାମିନ ପାଇବା ପରେ ରାହୁଲ ମହାତ୍ମାଗାନ୍ଧିଙ୍କୁ ମନେ ପକାଇ ଏକ ଟୁଇଟ ବି କରିଛନ୍ତି। ଏହି ଟୁଇଟରେ ରାହୁଲ ଲେଖିଛନ୍ତି, ‘ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ତାହାକୁ ପାଇବା ପାଇଁ ସାଧନା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe