ଲୋକସଭାରେ କୃଷକଙ୍କ ପ୍ରସଙ୍ଗ ଉଠାଇଲେ ରାହୁଲ

Advertisment

ମୃତ କୃଷକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି

ମୃତ କୃଷକଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି

ଲୋକସଭାରେ କୃଷକଙ୍କ ପ୍ରସଙ୍ଗ ଉଠାଇଲେ ରାହୁଲ

the hindu business line

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲୋକସଭାରେ କୃଷକ ପ୍ରସଙ୍ଗ ଉଠାଇଛନ୍ତି। ୩ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନରେ ଯେଉଁ କୃଷକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ରାହୁଲ କ୍ଷତିପୂରଣ ଦାବି କରିଛନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ମିଳିବା ସହ ଚାକିରି ମିଳୁ ବୋଲି ରାହୁଲ କହିଛନ୍ତି। ଆନ୍ଦୋଳନ ସମୟରେ କୌଣସି କୃଷକଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପାଖରେ କିଛି ତଥ୍ୟ ନାହିଁ ବୋଲି ନିକଟରେ କେନ୍ଦ୍ର ସରକାର ସଂସଦରେ ମତ ରଖିଥିଲେ। ଏଥିପାଇଁ ରାହୁଲ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି।

ରାହୁଲ କହିଛନ୍ତି, ଆନ୍ଦୋଳନ ସମୟରେ ୭୦୦ରୁ ଅଧିକ କୃଷକଙ୍କ ମୃତ୍ୟୁ ହୋଇଛି। କିନ୍ତୁ ସରକାର କହୁଛନ୍ତି ତାଙ୍କ ପାଖରେ କିଛି ତଥ୍ୟ ନାହିଁ। ରାହୁଲ କହିଛନ୍ତି, ପଂଜାବରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ମିଳିଥିବା କ୍ଷତିପୂରଣ ଏବଂ ଏଥିସହ ହରିୟାଣା କୃଷକଙ୍କ ନାମ ସେ ପଂଜାବ ସରକାରଙ୍କ ପକ୍ଷରୁ ଲୋକସଭାରେ ରଖିବେ ବୋଲି କହିଛନ୍ତି। ରାହୁଲ କହିଛନ୍ତି, ପଂଜାବ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଚାକିରି ଦେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe