ରାହୁଲଙ୍କ ଇସ୍ତଫା ନିଷ୍ପତ୍ତି ଆତ୍ମଘାତୀ, ବିଜେପି ଫାସରେ ପଡ଼ିଲା ଭଳି ହେବ

Advertisment
ରାହୁଲଙ୍କ ଇସ୍ତଫା ନିଷ୍ପତ୍ତି ଆତ୍ମଘାତୀ, ବିଜେପି ଫାସରେ ପଡ଼ିଲା ଭଳି ହେବ

ରାଞ୍ଚି:  ଲୋକସଭା ନିର୍ବାଚନର ପରିଣାମ ଆସିବା ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପ୍ରସ୍ତାବକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ  ଏକ ସାକ୍ଷାତକାରରେ କହିଛନ୍ତି ଯେ ରାହୁଲ ସଭାପତି ପଦ ଛାଡ଼ିବା ପାଇଁ ନେଇଥିବା ନିଷ୍ପତ୍ତି ତାଙ୍କ ଦଳ ପାଇଁ ଆତ୍ମଘାତୀ ହେବ ଏବଂ ସେ ନିଜେ ବିଜେପି ଫାସରେ ପଡ଼ିଲା ଭଳି ସ୍ଥିତି ଆସିବ । ବିଜେପି ଏବଂ ଆର୍‌ଏସ୍‌ଏସ୍‌ ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ମଧ୍ୟ ଏହା ଏକ ବଡ଼ ଝଟ୍‌କା ହେବ ବୋଲି ଲାଲୁ ଚେତାଇ ଦେଇଛନ୍ତି। ଯଦି ରାହୁଲ ଇସ୍ତଫା ଦେବେ ତା’ହେଲେ ଯେଉଁ ନେତାଙ୍କୁ ସଭାପତି ପଦ ମିଳିବ ସେ ରାହୁଲ-ସୋନିଆଙ୍କ ରିମୋଟ୍‌ରେ ପରିଚାଳିତ ବୋଲି ବିଜେପି ପ୍ରଚାର କରିବ। ତେଣୁ ରାହୁଲ ଏଭଳି ସୁଯୋଗ ସୃଷ୍ଟି କରିବା ଉଚିତ ହେବନାହିଁ ବୋଲି ଲାଲୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe