‘ଜୀବନ ପ୍ରତି ବିପଦ’ ବୟାନରୁ ଓହରିଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ଓକିଲଙ୍କ ଜରିଆରେ ପୁଣେର ଏକ ଅଦାଲତରେ ଦାଖଲ କରିଥିବା ଆବେଦନରେ କହିଥିଲେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଏଥିପାଇଁ ତାଙ୍କୁ ‘ପ୍ରତିକାରମୂଳକ ସୁରକ୍ଷା’ ମିଳିବା ଜରୁରୀ।

rahul

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ତାଙ୍କ ଓକିଲଙ୍କ ଜରିଆରେ ପୁଣେର ଏକ ଅଦାଲତରେ ଦାଖଲ କରିଥିବା ଆବେଦନରେ କହିଥିଲେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଏଥିପାଇଁ ତାଙ୍କୁ ‘ପ୍ରତିକାରମୂଳକ ସୁରକ୍ଷା’ ମିଳିବା ଜରୁରୀ। ତେବେ ସନ୍ଧ୍ୟାରେ ଏହି ବୟାନରୁ ରାହୁଲ  ଓହରିଯାଇଛନ୍ତି। ରାହୁଲଙ୍କ ଓକିଲା ବିନା  ପରାମର୍ଶରେ ଏବଂ କୌଣସି ଅନୁମତି ନଥାଇ କୋର୍ଟରେ ଏଭଳି ଆବେଦନ କରିଛନ୍ତି ବୋଲି କଂଗ୍ରେସ ସ୍ପଷ୍ଟୀକରଣ ଦେଇଛି। ଆସନ୍ତକାଲି ଏ ସଂକ୍ରାନ୍ତ ଆବେଦନ ପ୍ରତ୍ୟାହାର ପାଇଁ ପଦକ୍ଷେପ ନିଆଯିବ ବୋଲି ଦଳ କହିଛି। ସୂଚନାଯୋଗ୍ୟ,  ହିନ୍ଦୁତ୍ବବାଦୀ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ସଂପର୍କରେ ପୂର୍ବରୁ ରାହୁଲ ଦେଇଥିବା ମନ୍ତବ୍ୟ ନେଇ ତାଙ୍କ ବିରୋଧରେ ଦାୟର ମାନହାନି ମାମଲା ପୁଣେ ଅଦାଲତରେ ଚାଲିଛି।

ଅଭିଯୋଗକାରୀ ସାତ୍ୟକୀ ସାବରକରଙ୍କ ବଂଶର ଇତିହାସ ଏବଂ ଅନ୍ୟ ବିଜେପି ନେତାଙ୍କ ବୟାନକୁ ଦୃଷ୍ଟିରେ ରଖି ମାମଲାର ବିଚାର କରିବାକୁ ରାହୁଲ ଆବେଦନ କରିଥିଲେ। ଅଦାଲତ ରାହୁଲଙ୍କ ଆବେଦନ ଗ୍ରହଣ କରି ପରବର୍ତ୍ତୀ ଶୁଣାଣି ସେପ୍‌ଟେମ୍ବର ୧୦ରେ ହେବ ବୋଲି ଧାର୍ଯ୍ୟ କରିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଦାବିକୁ ସମର୍ଥନ କରି କହିଥିଲେ, ତାଙ୍କୁ ଦୁଇଟି ପର୍ଯ୍ୟାୟରେ ସାର୍ବଜନୀନ ଧମକ ଦିଆଯାଇଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଏକ ବୟାନରେ ରାହୁଲଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଥିଲେ ଏବଂ ପରେ ଅନ୍ୟ ଜଣେ ବିଜେପି ନେତା ତରବିନ୍ଦର ସିଂହ ମାରୱାହ କହିଥିଲେ, ରାହୁଲ ଗାନ୍ଧୀ ନ ସୁଧୁରିଲେ ତାଙ୍କ ଜେଜେମା(ଇନ୍ଦିରା ଗାନ୍ଧୀ)ଙ୍କ ପରି ସମାନ ଭାଗ୍ୟର ସମ୍ମୁଖୀନ ହେବେ।

କଂଗ୍ରେସ ସାଂସଦ ଅଭିଯୋଗ କରିଥିଲେ ଯେ ୨୦୨୨ରେ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ବିନାୟକ ଦାମୋଦର ସବରକରଙ୍କ ବିରୋଧରେ ତାଙ୍କ ଟିପ୍ପଣୀ ପାଇଁ ତାଙ୍କୁ କିଛି ବିଜେପି ନେତା ବାରମ୍ବାର ଧମକ ଦେଉଛନ୍ତି ଏବଂ ଏହା ତାଙ୍କର ସୁରକ୍ଷା ଚିନ୍ତା ବଢ଼ାଇ ଦେଇଛି।  ରାହୁଲଙ୍କ ଆଇନଜୀବୀ ମିଲିନ୍ଦ ପାୱାର ଏ ବାବଦରେ ଯୁକ୍ତି ରଖି ରାହୁଲ ସୁରକ୍ଷା ଦୃଷ୍ଟିରୁ କୋର୍ଟରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ।   ତେବେ ପରବର୍ତ୍ତୀ ସମୟରେ ଏହି ମାମଲାରେ ହଠାତ ନୂଆ ମୋଡ଼ ଆସିବା ସହ ଓକିଲଙ୍କ ବୟାନ ସହ ରାହୁଲଙ୍କ ସହମତି ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe