ଆଇସିୟୁରୁ ବାହାରି‌ଲେ ବଲିଉଡ ଅଭିନେତା ରାହୁଲ ରଏ, ଦିଆଯାଉଛି ସ୍ପିିଚ୍ ଥେରାପି

Advertisment
ଆଇସିୟୁରୁ ବାହାରି‌ଲେ ବଲିଉଡ ଅଭିନେତା ରାହୁଲ ରଏ, ଦିଆଯାଉଛି ସ୍ପିିଚ୍ ଥେରାପି

India TV News

ମୁମ୍ବାଇ: ବଲିଉଡ ଫିଲ୍ମ ଆଶିକୀରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅଭିନେତା ରାହୁଲ ରଏଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଛି। ମଙ୍ଗଳବାର ଅପେକ୍ଷା ବୁଧବାର ତାଙ୍କ ଅବସ୍ଥା ବହୁତ ଭଲ ଥିବା ସହ  ତାଙ୍କୁ ଆଇସିୟୁରୁ ​​ସାଧାରଣ କୋଠରୀକୁ ସ୍ଥାନାନ୍ତର କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆଇସିୟୁରୁ ବାହାରିବା ପରେ ଡାକ୍ତରମାନେ ରାହୁଲଙ୍କୁ ବାକ୍ ଥେରାପି (ସ୍ପିିଚ୍ ଥେରାପି) ଦିଆଯାଉଛି। ଏହା ସହ ତାଙ୍କର ଶାରୀରିକ ଚିକିତ୍ସା ଉପରେ କାମ ଆରମ୍ଭ କରିଛନ୍ତି ଡାକ୍ତର।

ସୂଚନା ମୁତାବକ, କାରଗିଲରେ ସେ ନିଜର ଆଗାମୀ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ର ସୁଟିଂ କରୁଥିବା ବେଳେ ସେଠାକାର ପାଣିପାଗ ପାଇଁ ରାହୁଲ ରଏଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣା ପଡ଼ିଛି। ଏବେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବ୍ରେନ ଷ୍ଟ୍ରୋକ ହେବାରୁ ପ୍ରଥମେ ତାଙ୍କୁ ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ମୁମ୍ବାଇକୁ ପଠାଇଦିଆଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।

publive-image अमर उजाला

ତେବେ ରାହୁଲଙ୍କ ଫିଲ୍ମ ‘ଏଲଏସି: ଲିଭ୍ ଦ ବ୍ୟାଟେଲ ଇନ କାରଗିଲ’ ଗଲୱାନ ଘାଟିରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। ଏହି ଫିଲ୍ମରେ ରାହୁଲ ମେଜର ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ନୀତୀନ କୁମାର ଗୁପ୍ତମ ଦେଉଥିବା ବେଳେ ଚିତ୍ରା ବକିଲ ଶର୍ମା ଏବଂ ନିବେଦିତା ବାସୁ ଏହାର ପ୍ରଯୋଜନା ଦାୟିତ୍ବ ତୁଲାଉଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe