ନୂଆଦିଲ୍ଲୀ: ଦୁର୍ନୀତି ନିରୋଧ ଆଇନ ଅନୁଯାୟୀ ଲୋକପାଳ ନିଯୁକ୍ତ ହେବାରେ ବିଳମ୍ବ ହେଉଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ସଂସଦରେ ଲୋକପାଳ ବିଲ୍ ଗୃହୀତ ହେବାର ୪ ବର୍ଷ ବିତିଯାଇଥିଲେ ବି ସରକାର ଏଯାବତ୍ ଲୋକପାଳ ନିଯୁକ୍ତ କରିପାରିଲେନି ଏବଂ ଆଉ କେତେଦିନ ପର୍ଯ୍ୟନ୍ତ ଏମିତି ମିଛ ପ୍ରତିଶ୍ରୁତି ଜାରି ରହିବ ବୋଲି ରାହୁଲ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ସୂଚନା ଥାଉ କି, ୨୦୧୩ ମସିହାରେ ଲୋକପାଳ ଏବଂ ଲୋକାୟୁକ୍ତ ଆଇନ ୨୦୧୩ କାର୍ଯ୍ୟକାରୀ ହୋଇଥିଲା। ତେବେ ଆଇନ ପ୍ରଣୟନର ୪ ବର୍ଷ ବିତିଯାଇଥିଲେ ବି ଏଯାବତ୍ ଲୋକପାଳ ନିଯୁକ୍ତ ହୋଇପାରିଲେନି। ମୋଦି ସରକାର ଏଥିପାଇଁ ବିଫଳ ହୋଇଛନ୍ତି ବୋଲି ରାହୁଲ କହିଛନ୍ତି। ପୂର୍ବରୁ ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ ମଧ୍ୟ ଲୋକପାଳ ନିଯୁକ୍ତ କରିବାରେ ମୋଦି ସରକାର ବିଫଳ ବୋଲି କହିଥିଲେ।
Follow Us