ପ୍ରଧାନମନ୍ତ୍ରୀ ଦୁର୍ନୀତିଗ୍ରସ୍ତ: ରାହୁଲ

Advertisment

ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ଉପରେ ପ୍ରଶ୍ନ

ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ଉପରେ ପ୍ରଶ୍ନ

ରାହୁଲଙ୍କ ଫୋକସରେ ବି ଓଡ଼ିଶା: ବିଜୟ, ଦିଲ୍ଲିପ, ବୈଜୟନ୍ତଙ୍କ ଉପରେ କଂଗ୍ରେସର ନଜର

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତିନିଦିନିଆ ଫ୍ରାନ୍ସ ଗସ୍ତ ଉପରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇବା ସହିତ ରାଫେଲ୍‌ ଚୁକ୍ତି ବାବଦ‌େର ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଶିଳ୍ପପତି ବନ୍ଧୁ ଅନୀଲ ଅମ୍ବାନିଙ୍କ ପକେଟ୍‌ରେ ୩୦,୦୦୦ କୋଟି ଟଙ୍କା ଭର୍ତ୍ତି କରିବା ଲାଗି ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ର‌ାଫେଲ୍‌ ଚୁକ୍ତି କରିଛନ୍ତି। କିନ୍ତୁ ଏହାକୁ ସରକାର ମାନିବାକୁ ନାରାଜ। ତା’ଛଡ଼ା ଫ୍ରାନ୍ସର ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ନେଇ ସ୍ପଷ୍ଟ କରିସାରିଲାଣି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାପରେ ହିଁ ଅନୀଲଙ୍କ ରିଲାଏନ୍ସ ଡିଫେନ୍ସ ସହିତ ଡାସଲ୍‌ଟ ଏଭଏସନ୍ ଚୁକ୍ତି କରିଥିଲା ବୋଲି ଗଣମାଧ୍ୟମ ରିପୋର୍ଟ ଦର୍ଶାଉଛି। ତେଣୁ ଏ ବାବଦରେ ସବୁ ସ୍ପଷ୍ଟ ହୋଇଯାଇଛି ଯେ ରାଫେଲ୍‌ ଚୁକ୍ତିରେ ଏକ ବଡ଼ଧରଣର ଦୁର୍ନୀତି ‌େହାଇଛି ବୋଲି ରାହୁଲ କହିଛନ୍ତି। ନିର୍ମଳା ସୀତାରମଣଙ୍କ ଫ୍ରାନ୍ସ ଗସ୍ତ ବାବଦରେ ରାହୁଲ କହିଛନ୍ତି, ଏବେ ପ୍ରତିରକ୍ଷା ମନ୍ତ୍ରୀ କାହିଁକି ତରବରିଆ ଭାବେ ଫ୍ରାନ୍ସ ଯାଇଛନ୍ତି। ଏମିତି ଜରୁରୀ କ’ଣ ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ସୀତାରମଣ ତିନିଦିନିଆ ଗସ୍ତରେ ଫ୍ରାନ୍ସ ଯାଇଛନ୍ତି। ଏହି ଗସ୍ତରେ ର‌ାଫେଲ୍‌ ଯୁଦ୍ଧ ବିମାନ ତିଆରି କରୁଥିବା ଡାସଲ୍ଟ ଏଭିଏସନ୍‌ ପ୍ଲାଣ୍ଟକୁ ମଧ୍ୟ ସେ ନିଶ୍ଚିତ ଯିବେ। ଏତେ ବଡ଼ ଚୁକ୍ତି ହାସଲ କରିଥିବାରୁ ଡାସଲ୍ଟ ମଧ୍ୟ ଭାରତ ପ୍ରତି କୃତଜ୍ଞ। ଅନ୍ୟପକ୍ଷରେ ଏତେ ବଡ଼ ଚୁକ୍ତି ଦେଇଥିବାରୁ ଭାରତ ସରକାର ମଧ୍ୟ ଡାସଲ୍ଟକୁ ନିଜ ଇଚ୍ଛା ଅନୁସାରେ ନଚାଇ ପାରିବେ। ପ୍ରତିରକ୍ଷା ମନ୍ତ୍ରୀ ଯେମିତି ବତାଇବେ ଡାସଲ୍ଟ ସେମିତି କହିବ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe