ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଥମ ଧାଡ଼ିରେ ସ୍ଥାନ ମିଳିନାହିଁ। ଏଥର ରାହୁଲଙ୍କୁ ଚତୁର୍ଥ ଧାଡ଼ିରେ ବସିବା ପାଇଁ ସ୍ଥାନ ଦିଆଯାଇଛି । ଏଥିରେ କଂଗ୍ରେସ ନେତାମାନେ କ୍ଷୁବ୍ଧ ହୋଇଛନ୍ତି। ଏହା ପୂର୍ବରୁ କଂଗ୍ରେସ କ୍ଷମତାରେ ଥାଉ କି ନଥାଉ, କିନ୍ତୁ ଦଳ ଅଧ୍ୟକ୍ଷ ପ୍ରଥମ ଧାଡ଼ିରେ ହିଁ ବସୁଥିଲେ। ତେବେ ଏଥର ଏହି ବ୍ୟବସ୍ଥା ବଦଳି ଯାଇଛି। ଯଦି ରାହୁଲ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ଚାହିବେ ତା’ହେଲେ ତାଙ୍କୁ ଚତୁର୍ଥ ଧାଡ଼ିରେ ହିଁ ବସିବାକୁ ପଡ଼ିବ। ଆଜି କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରି କହିଛି ଯେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ପ୍ରଥମ ଧାଡ଼ିରେ ସ୍ଥାନ ମିଳିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଏଥିରୁ ଜାଣିଶୁଣି ବଞ୍ଚିତ କରାଯାଇଛି । ସବୁଠାରୁ ବଡ଼ ବିରୋଧୀ ଦଳ ନେତାଭାବେ ରାହୁଲଙ୍କୁ ପ୍ରଥମ ଧାଡ଼ିରେ ସ୍ଥାନ ଦେବା ଜରୁରୀ ଥିଲା ବୋଲି କଂଗ୍ରେସ କହିଛି।
ରାହୁଲଙ୍କ ସ୍ଥାନ ଚତୁର୍ଥ ଧାଡ଼ିରେ, କଂଗ୍ରେସ କ୍ଷୁବ୍ଧ
Advertisment
Follow Us