A smartphone user shows the Facebook application on his phone in the central Bosnian town of Zenica, in this photo illustration, May 2, 2013. Facebook Inc's mobile advertising revenue growth gained momentum in the first three months of the year as the social network sold more ads to users on smartphones and tablets, partially offsetting higher spending which weighed on profits. REUTERS/Dado Ruvic (BOSNIA AND HERZEGOVINA - Tags: SOCIETY SCIENCE TECHNOLOGY BUSINESS) - RTXZ81J
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କିଛି ମାସ ହେବ ମୋଦି ସରକାରଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ସମାଲୋଚନା କରୁଛନ୍ତି | ତେବେ ଆଜି ରାହୁଲ ଆମେରିକାର ଖବରକାଗଜ ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି | ଫେସବୁକ ଓ ହ୍ଵାଟ୍ସଆପକୁ ବିଜେପି-ଆରଏସଏସ ନିୟନ୍ତ୍ରଣ କରନ୍ତି, କିଛି ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ରାହୁଲ | ପ୍ରକୃତରେ, ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦାବି କରିଛି ଯେ ଫେସବୁକ ବିଜେପି ନେତାଙ୍କ ଭାଷଣ ପୋଷ୍ଟ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ଏହା ଏକ ବିସ୍ତୃତ ଯୋଜନାର ଅଂଶ ହୋଇଥିବାବେଳେ ଫେସବୁକ ବିଜେପି ଏବଂ ମୌଳିକବାଦୀ ହିନ୍ଦୁମାନଙ୍କୁ 'ଅନୁଗ୍ରହ' କରିଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ଫେସବୁକ ଇଣ୍ଡିଆର ପବ୍ଲିକ ପଲିସୀ ଡ଼ାଇରେକ୍ଟର ଅନଖି ଦାସ ତାଙ୍କ କର୍ମଚାରୀଙ୍କୁ କହିଥିଲେ ଯେ ବିଜେପି ନେତାଙ୍କ ପୋଷ୍ଟ ହଟାଇବା ଦ୍ୱାରା ଦେଶରେ କମ୍ପାନୀର ବ୍ୟବସାୟ ଉପରେ ପ୍ରଭାବ ପଡିବ |
ଉକ୍ତ ରିପୋର୍ଟକୁ ଦର୍ଶାଇ ରାହୁଲ ଗାନ୍ଧୀ ଏକ ଟ୍ୱିଟରେ ଲେଖିଛନ୍ତି ଯେ ଭାରତରେ ଫେସବୁକ୍ ଏବଂ ହ୍ଵାଟ୍ସଆପକୁ ବିଜେପି ଏବଂ ଆରଏସଏସ ନିୟନ୍ତ୍ରଣ କରୁଛନ୍ତି । ସେମାନେ ମିଥ୍ୟା ଖବର ପ୍ରଚାର କରନ୍ତି ଏବଂ ଏହା ମାଧ୍ୟମରେ ହିଂସାର ବିସ୍ତାର କରନ୍ତି | ଏହା ସହ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏହାକୁ ବ୍ୟବହାର କରନ୍ତି |
Follow Us