ବିଜେପି ସହ ସ୍ବର ମିଳାଇଲେ ରାହୁଲ ଗାନ୍ଧି !

ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଶ୍ଚିମ ବିନୋଦ ନଗରରେ ଏକ ରାଲିକୁ ସମ୍ବୋଧିତ କରି ବିଜେପି ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି।

They break, we add: Rahul targets BJP

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଶ୍ଚିମ ବିନୋଦ ନଗରରେ ଏକ ରାଲିକୁ ସମ୍ବୋଧିତ କରି ବିଜେପି ଓ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, କେଜ୍ରିଓ୍ଵାଲ ଯାହା ମନକୁ ଆସେ ତାହା କୁହନ୍ତି। ମନେ ପକାନ୍ତୁ କେଜ୍ରିୱାଲ ଜୀ କହିଥିଲେ ଯେ ସେ ଭିନ୍ନ ଧରଣର ରାଜନୀତି କରିବେ। ତାଙ୍କ ଘର ଆପଣମାନେ ଦେଖିଥିବେ, ଘର ନୁହେଁ ତ ମହଲ। ସେ ଏଠାକୁ ସ୍ୱଚ୍ଛ ରାଜନୀତି କଥା କହୁଛନ୍ତି ଏବଂ ଦିଲ୍ଲୀରେ ସବୁଠାରୁ ବଡ ମଦ ଦୁର୍ନୀତି ହୋଇଛି ।

ପୂର୍ବରୁ ବିଜେପି ମଧ୍ୟ ମଦ ଦୁର୍ନୀତିକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ 'ଶୀଷ ମହଲ' ବୋଲି କହିଥିଲା।  ଏଣୁ ରାହୁଲ ଓ ବିଜେପି ଗୋଟିଏ ସ୍ବରରେ କେଜ୍ରିଓ୍ବାଲଙ୍କ ଆକ୍ରମଣ କରୁଛନ୍ତି ।

ରାହୁଲ କହିଛନ୍ତି ଯେ କେଜ୍ରିୱାଲ ଯେତେବେଳେ ରାଜନୀତିରେ ଯୋଗ ଦେଇଥିଲେ ସେତେବେଳେ ତାଙ୍କ ପାଖରେ ଏକ ଛୋଟ କାର୍ ଥିଲା ଏବଂ ସେ ଏକ ନୂଆ ପ୍ରକାରର ରାଜନୀତି କରିବେ ବୋଲି କହିଥିଲେ। ସେ କହିଥିଲେ ଯେ ସେ ଦିଲ୍ଲୀ ବଦଳାଇଦେବେ, କିନ୍ତୁ ଯେତେବେଳେ ଗରିବମାନଙ୍କୁ ଏହାର ଆବଶ୍ୟକତା ଥିଲା ସେତେବେଳେ ସେ ସେଠାରେ ନଥିଲେ। ଦଙ୍ଗା ସମୟରେ ସେ ସେଠାରେ ନଥିଲେ। ସେ ସ୍ୱଚ୍ଛ ରାଜନୀତି କରିବେ ବୋଲି କହିଥିଲେ। କେଜ୍ରିୱାଲ୍ ଶୀଶ ମହଲ ନାମକ ଏକ ମହଲରେ ରୁହନ୍ତି। ଏହା ହିଁ ତାଙ୍କର ସତ୍ୟ। ପୂର୍ବରୁ ବିଜେପି ମଧ୍ୟ ମଦ ଦୁର୍ନୀତିକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ 'ଶୀଷ ମହଲ' ବୋଲି କହିଥିଲା।  ଏଣୁ ରାହୁଲ ଓ ବିଜେପି ଗୋଟିଏ ସ୍ବରରେ କେଜ୍ରିଓ୍ବାଲଙ୍କ ଆକ୍ରମଣ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe