ଏକଛତ୍ରବାଦର ଚେହେରା ସାମନାକୁ ଆସିଲା, ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ଏକଛତ୍ରବାଦର ଚେହେରା ସାମନାକୁ ଆସିଲା, ସୁରତରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହେବା ପରେ ମୋଦୀଙ୍କୁ ରାହୁଲଙ୍କ ଟାର୍ଗେଟ୍

ସୁରଟ: ସୁରଟ ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ରଦ୍ଦ ହେବା ପରେ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ତେବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ପ୍ରାର୍ଥୀଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଏହି ବିଜୟକୁ ଏକଛତ୍ରବାଦ ସହ ତୁଳନା କରିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧି ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଲେଖିଛନ୍ତି, ଏକଛତ୍ରବାଦୀଙ୍କ ‘ଅସଲ ରୂପ' ପୁଣି ଥରେ ଦେଶ ସାମ୍ନାରେ ଆସିଛି। ଲୋକଙ୍କ ନେତା ଚୟନ ଅଧିକାର ଛଡ଼ାଇ ନେବା ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନକୁ ଉଚ୍ଛେଦ କରିବା ଦିଗରେ ଆଉ ଏକ ପଦକ୍ଷେପ। ମୁଁ ପୁଣି ଥରେ କହୁଛି- ଏହା କେବଳ ସରକାର ଗଠନ ପାଇଁ ନିର୍ବାଚନ ନୁହେଁ, ଏହା ଦେଶକୁ ବଞ୍ଚାଇବା ପାଇଁ, ସମ୍ବିଧାନର ସୁରକ୍ଷା ପାଇଁ ନିର୍ବାଚନ।

କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁରଟ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର କୁ ସୁରଟ ଜିଲ୍ଲା ନିର୍ବାଚନ ଅଧିକାରୀ ଖାରଜ କରିଛନ୍ତି। ଏହାର କାରଣ ତିନି ଜଣ ପ୍ରସ୍ତାବକଙ୍କ ଦସ୍ତଖତ ଯାଞ୍ଚରେ ତ୍ରୁଟି ବୋଲି କୁହାଯାଉଛି। ସମାନ କାରଣ ଦର୍ଶାଇ ଅଧିକାରୀମାନେ ସୁରତରୁ କଂଗ୍ରେସର ବିକଳ୍ପ ପ୍ରାର୍ଥୀ ସୁରେଶ ପଦ୍ସଲାଙ୍କ ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଫଳରେ କଂଗ୍ରେସ ଦଳ ବିନା ପ୍ରାର୍ଥୀରେ ରହିଯାଇଛି। ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe