Rahul-Tejashwi duo's: ରାହୁଲ-ତେଜସ୍ୱୀ ଯୋଡ଼ିଙ୍କ ଧୂଆଁଧାର ପ୍ରଚାର: ନୀତୀଶଙ୍କୁ ‘ରିମୋଟ୍ କଣ୍ଟ୍ରୋଲ୍’ କହି ଟାର୍ଗେଟ୍‌

ବିହାରରେ ନିର୍ବାଚନୀ ପ୍ରଚାର ଏବେ ଜୋର୍‌ଦାର ହୋଇଛି।  ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଜାଫରପୁର ଓ ଦରଭଙ୍ଗାରେ ମିଳିତ ରାଲି କରି ଏନ୍‌ଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।

fhfshfxvbbbv

ପାଟନା: ବିହାରରେ ନିର୍ବାଚନୀ ପ୍ରଚାର ଏବେ ଜୋର୍‌ଦାର ହୋଇଛି।  ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଜାଫରପୁର ଓ ଦରଭଙ୍ଗାରେ ମିଳିତ ରାଲି କରି ଏନ୍‌ଡିଏ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ‘ବିଜେପିର ରିମୋଟ୍ କଣ୍ଟ୍ରୋଲ୍’ ବୋଲି କହି  ଟାର୍ଗେଟ୍‌ କରିଛନ୍ତି, ଯାହା ମେଣ୍ଟର ପ୍ରଚାର ରଣନୀତିକୁ ଅଧିକ ଆକ୍ରମଣାତ୍ମକ କରିଛି।

ନୀତୀଶଙ୍କୁ ‘ରିମୋଟ୍ କଣ୍ଟ୍ରୋଲ୍’ କହି ଟାର୍ଗେଟ୍‌
ଭୋଟ ପାଇଁ ପ୍ରଧାନମନ୍ତ୍ରୀ ନାଚିବେ: ରାହୁଲ
ଗୋପାଳଗଞ୍ଜରେ ଅୱେସୀଙ୍କ ପ୍ରଚାର

ନୀତୀଶଙ୍କ ୨୦ ବର୍ଷର ଶାସନରେ ରାସ୍ତା, ବିଦ୍ୟୁତ୍, ଶିକ୍ଷା ଓ ସ୍ୱାସ୍ଥ୍ୟରେ ବିଶେଷ ଉନ୍ନତି ହୋଇନାହିଁ ଏବଂ କର୍ମନିଯୁକ୍ତି କ୍ଷେତ୍ରରେ ଏନ୍‌ଡିଏ ସରକାର ଦୟନୀୟ ଭାବେ ବିଫଳ ହୋଇଛି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା କଟାକ୍ଷ  କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଭୋଟ୍‌ ପାଇଁ କିଛି ବି କରିପାରିବେ। ତାଙ୍କୁ ମଞ୍ଚରେ ନାଚିବାକୁ କହିଲେ ମଧ୍ୟ ସେ ନାଚିବେ ବୋଲି ରାହୁଲ କହିଛନ୍ତି। ଅନ୍ୟପକ୍ଷରେ, ଏଆଇଏମ୍‌ଆଇଏମ୍ ନେତା ଅସଉଦ୍ଦିନ ଅୱେସୀ ଗୋପାଳଗଞ୍ଜରେ  ଆଜି ପ୍ରଚାର କରି ଉଭୟ  ଇଣ୍ଡି  ମେଣ୍ଟ ଓ ଏନ୍‌ଡିଏକୁ   ମୁସ୍‌ଲିମ ବିରୋଧୀ କହି ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe