Rahul-Tejashwi in Modi's target: ମୋଦୀଙ୍କ ନିଶାଣରେ ରାହୁଲ-ତେଜସ୍ବୀ

ବିହାର ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ପ୍ରଚାର ଉଷ୍ମତା ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ....

Untitled-4

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ପ୍ରଚାର ଉଷ୍ମତା ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମୋଦୀ ରାହୁଲ ଏବଂ ତେଜସ୍ବୀଙ୍କୁ ଦୁର୍ନୀତିର ଯୁବରାଜ  ବୋଲି କହିବା ସହ ସେମାନେ ମିଥ୍ୟା ପ୍ରତିଶ୍ରୁତିର ଦୋକାନ ପରିଚାଳନା କରୁଥିବା କହିଛନ୍ତି।  ବିହାରର ମୁଜାଫରପୁରରେ ଏକ ରୢାଲି‌ରେ ଉଦ୍‌ବୋଧନ ଦେଇ ମୋଦୀ  କହିଛନ୍ତି ଯେ ଉଭୟ ବିରୋଧୀ ଦଳ ନେତା ଭାରତ ଓ ବିହାରରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାରକୁ ପ୍ରତିନିଧିତ୍ବ କରୁଛନ୍ତି। ମୋଦୀ କହିଛନ୍ତି, ଦୁଇ ଜଣ ଯୁବକ ନିଜକୁ ଯୁବରାଜ ବୋଲି ଭାବୁଛନ୍ତି। ସେମାନେ ମିଥ୍ୟା ପ୍ରତିଶ୍ରୁତିର ଦୋକାନ ଖୋଲିଛନ୍ତି। ଜଣେ ହେଉଛନ୍ତି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାରର ଯୁବରାଜ ଏବଂ ଅନ୍ୟ ଜଣେ ହେଉଛନ୍ତି ବିହାରର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାରର ଯୁବରାଜ।  ଉଭୟ ବହୁ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଏବେ ଜାମିନରେ ବାହାରକୁ ଆସିଛନ୍ତି।  ମୋଦୀ କହିଛନ୍ତି, ‘ଦିନକ ପୁର୍ବରୁ ଉକ୍ତ ୨ ନେତା ମୋ ବିରୋଧରେ ଦିନସାରା ଗାଳିଗୁଲଜ କରିଛନ୍ତି। ସୁବିଧାରେ ଥିବା ଲୋକ ସାଧାରଣ ଲୋକଙ୍କୁ ଅପମାନ ନକଲେ ସେମାନଙ୍କ ଖାଦ୍ୟ ହଜମ ହୁଏନା। ଦଳିତ ଏବଂ ପଛୁଆ ଶ୍ରେଣୀଙ୍କୁ ଅପମାନିତ କରିବା ସେମାନଙ୍କ ଜନ୍ମଗତ ଅଧିକାର ବୋଲି ସେମାନେ ଭାବନ୍ତି।’  

ଉଲ୍ଲେଖ‌ଯୋଗ୍ୟ,  ଦିନକ ପୂର୍ବରୁ ରାହୁଲ ଗାନ୍ଧୀ ବିହାରରେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ କେତେକ ବିବାଦୀୟ ବୟାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe