ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଛି । ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ ଦେଶର ଯୁବପିଢ଼ି, ଛାତ୍ର ଏବଂ ଜେନ-ଜେଡ ସମ୍ବିଧାନକୁ ରକ୍ଷା କରିବେ, ଗଣତନ୍ତ୍ରକୁ ସୁରକ୍ଷା ଦେବେ ଏବଂ ଭୋଟ ଚୋରିକୁ ରୋକିବେ। "ମୁଁ ସର୍ବଦା ସେମାନଙ୍କ ସହିତ ଠିଆ ହେବି।"
ପ୍ରଶ୍ନ ଉଠୁଛି ରାହୁଲ କାହିଁକି ଏପରି ଲେଖିଲେ ? ସେ କଣ ଭାରତରେ ନେପାଳ, ବାଂଲାଦେଶ ପରି ହିଂସାକାଣ୍ଡ ଘଟାଇବାକୁ ଚାହୁଁଛନ୍ତି ? ଯଦି ସେ ଯୁବପିଢି ଲେଖିଲେ, ତାପରେ ପୁଣିଥରେ ଜେନ-ଜେଡ୍ କାହିଁକି ଲେଖିଲେ ? ଏପରି ଅନେକ ପ୍ରଶ୍ନ ଲୋକମାନେ ସୋସିଆଲ ମିଡିଆରେ ପଚାରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଜେନ-ଜେଡ ଉଲ୍ଲେଖକୁ ଏବେ ଅନେକ ଭାବରେ ବ୍ୟାଖ୍ୟା କରାଯାଉଛି ।
Follow Us