photo-jansatta
ନୂଆଦିଲ୍ଲୀ:କଂଗ୍ରେସ ନିଜର ନିର୍ବାଚନ ଇସ୍ତାହାରରେ ଦେଶଦ୍ରୋହ ଆଇନ୍କୁ ସମାପ୍ତ କରିବାର ଘୋଷଣା କରିବାକୁ ନେଇ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ଉଦ୍ଧବ ଠାକ୍ରେ କହିଛନ୍ତି ଯେ ରାହୁଲ ଦେଶଦ୍ରୋହୀମାନଙ୍କୁ ସମର୍ଥନ କରି କ୍ଷମତାକୁ ଆସିପାରିବେ ନାହିଁ।
ଉଦ୍ଧବ ଠାକ୍ରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଦେଶଦ୍ରୋହ ଆଇନ୍ ସମାପ୍ତ କରି ପ୍ରଧାନମନ୍ତ୍ରୀ ହେବାର ରାହୁଲ ଗାନ୍ଧୀଙ୍କ ସ୍ବପ୍ନକୁ କେବେ ବି ପୂରଣ ହେବାକୁ ଦେବେ ନାହିଁ। ରାହୁଲ ଗାନ୍ଧୀ କେବଳ କ୍ଷମତା ଲୋଭରେ ଅଛନ୍ତି ଓ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶଭକ୍ତି ବଳରେ ପୁଣି କ୍ଷମତାକୁ ଫେରିବେ ବୋଲି ଦୃଢୋକ୍ତି କରିଛନ୍ତି ଉଦ୍ଧବ ଠାକ୍ରେ।
Follow Us