Telegraph India
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଚତୁର୍ଥ ଦିନ ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ନେସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଇଡି ଜେରା କରୁଛି। ରାହୁଲ ୫୨ ତମ ଜନ୍ମଦିନ ପାଳିବାର ଦିନକ ପରେ ଆଜି ଏପିକେ ଅବଦୁଲ କଲାମ ରୋଡ୍ ସ୍ଥିତ ଇଡି ମୁଖ୍ୟାଳୟରେ ସକାଳ ୧୧.୦୫ରେ ହାଜର ହୋଇଥିଲେ। କିଛି ଘଣ୍ଟା ଜେରା ପରେ ରାହୁଲ ବିରତି ନେଇଥିଲେ ଏବଂ ପୁଣିଥରେ ଅପରାହ୍ନ ୪.୪୫ରେ ଜେରା ପାଇଁ ଯୋଗ ଦେଇଥିଲେ। ଜୁନ୍ ୧୩ରୁ ୧୫ ପର୍ଯ୍ୟନ୍ତ ୩ ଦିନ ଜେରା ପରେ ରାହୁଲଙ୍କୁ ୧୭ରେ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ ରାହୁଲ ଏହାକୁ ୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ କହିଥିଲେ। ଏହାପରେ ରାହୁଲଙ୍କୁ ସଦ୍ୟ ସମନ୍ ଜାରି କରି ସୋମବାର ହାଜର ହେବା ପାଇଁ କୁହାଯାଇଥିଲା। ତେବେ ୪ ଦିନରେ ରାହୁଲଙ୍କୁ ୪୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଛି। ପିଏମ୍ଏଲ୍ଏ (ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି।
Follow Us