ଟ୍ରେନରେ ଚିନ୍ତନ ଶିବିର ପାଇଁ ଉଦୟପୁର ଯିବେ ରାହୁଲ, ବୁକିଂ ହୋଇଥିବା ଦୁଇଟି ବଗିରେ ଯିବେ ଟିମ ସଦସ୍ୟ

Advertisment
ଟ୍ରେନରେ ଚିନ୍ତନ ଶିବିର ପାଇଁ ଉଦୟପୁର ଯିବେ ରାହୁଲ, ବୁକିଂ ହୋଇଥିବା ଦୁଇଟି ବଗିରେ ଯିବେ ଟିମ ସଦସ୍ୟ

photo-live hindustan

ଜୟପୁର: ରାଜସ୍ଥାନର ଉଦୟପୁରରେ କଂଗ୍ରେସ ମେ ୧୩ ରୁ ୧୫ ପର୍ଯ୍ୟନ୍ତ ଏକ ଚିନ୍ତନ ଶିବିର ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ପାଞ୍ଚଟି ରାଜ୍ୟ ନିର୍ବାଚନରେ ​​ପରାଜୟ ବିଷୟରେ ଆଲୋଚନା ହେବ। ଏହା ବ୍ୟତୀତ ଭବିଷ୍ୟତର ରାଜନୈତିକ ରୋଡମ୍ୟାପ ପ୍ରସ୍ତୁତ ହେବ। ୪୦୦ ଜଣ କଂଗ୍ରେସ ନେତା ଏହି ଶିବିରରେ ଯୋଗଦେବାକୁ ଯାଉଛନ୍ତି। ତେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ରେନରେ ଯାଇ ଉଦୟପୁରର ଚିନ୍ତନ ଶିବରରେ ଯୋଗଦେବେ। ତାଙ୍କ ସହ ଅନେକ କଂଗ୍ରେସ କର୍ମୀ ମଧ୍ୟ ଟ୍ରେନରେ ଉଦୟପୁରରେ ପହଞ୍ଚିବେ।

ଏହି ସମୟରେ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ଟ୍ରେନରେ ଯାତ୍ରା କରିବେ। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ମେ ୧୨ ତାରିଖ ଦିନ ରାହୁଲ ଗାନ୍ଧୀ ଦିଲ୍ଲୀରୁ ଟ୍ରେନ ଯୋଗେ ଯିବେ | କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଟ୍ରେନରେ ଯିବାର ଥିଲା | କିନ୍ତୁ ତାଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ସେ ବିମାନରେ ଯିବାର ସମ୍ଭାବନା ରହିଛି। ଜଣେ ସାଧାରଣ ଲୋକର ଭାବମୂର୍ତ୍ତିକୁ ପ୍ରୋଜେକ୍ଟ କରିବା ପାଇଁ ରାହୁଲ ଗାନ୍ଧୀ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି ।

ସେହିପରି କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ରାହୁଲ ଯେଉଁ ଟ୍ରେନରେ ଯିବେ ସେହି ଟ୍ରେନର ଆଉ ଦୁଇଟି ବଗି ମଧ୍ୟ ବୁକ କରାଯାଇଛି | କଂଗ୍ରେସର ଆଉ କିଛି କର୍ମୀ ଓ ନେତା ଏହି ବଗିରେ ଯିବେ | ସୂଚନା ଥାଉ କି ଏହି ଚିନ୍ତନ ଶିବିରରେ ଆଗାମୀ ବିଧାନସଭା ନିର୍ବାଚନ ଏବଂ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସହ ଜନସାଧାରଣଙ୍କ ପାଖକୁ ଯିବା ପାଇଁ ଦଳର ରଣନୀତି ଉପରେ ଆଲୋଚନା କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe