କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରିବର୍ତ୍ତନକୁ ନେଇ ରାହୁଲଙ୍କ ସହ ଚିଦାମ୍ବରମଙ୍କ ଟାର୍ଗେଟ

Advertisment
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ପରିବର୍ତ୍ତନକୁ ନେଇ ରାହୁଲଙ୍କ ସହ ଚିଦାମ୍ବରମଙ୍କ ଟାର୍ଗେଟ

Photo-Deccan Herald

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କ୍ୟାବିନେଟରେ ଏକ ବଡ଼ଧରଣର ପରିବର୍ତ୍ତନ କରିଛନ୍ତି। ମୋଦୀ ମନ୍ତ୍ରିମଣ୍ଡଳରେ ୩୬ଜଣ ନୂତନ ଚେହେରାଙ୍କୁ ସ୍ଥାନ ଦେଇଥିବାବେଳେ ସାତଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦେଇଛନ୍ତି । ଏଥି ସହ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ମୋଟ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ତେବେ ହର୍ଷବର୍ଦ୍ଧନଙ୍କ ଇସ୍ତଫା ପରେ ବିରୋଧୀ ଦଳ ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି | ଆଜି ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ପରିବର୍ତ୍ତନ ଏହି ଅର୍ଥକୁ ସୂଚାଉଛି କି ଟିକାର ଅଭାବ ଆଉ ହେବ ନାହିଁ?" ସୂଚନା ଥାଉ କି ଯେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟ ଟିକା ଅଭାବ ନେଇ ବାରମ୍ବାର ଅଭିଯୋଗ କରିଛନ୍ତି |


ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ଦେଶରେ ଟିକା ସଠିକ୍ ଏବଂ ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ନୂତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟ। ଏହାପୂର୍ବରୁ ବୁଧବାର ଦିନ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍ କରି କହିଥିଲେ ଯେ, 'କରୋନା ମହାମାରୀର ମୁକାବିଲା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ମାଧ୍ୟମରେ କରାଯାଉଛି ।

ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଅଧ୍ୟକ୍ଷ ଥିବାବେଳେ ସେ ମଧ୍ୟ ତାଙ୍କର ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଇସ୍ତଫା ଦେବେ କି? ନା କେବଳ ସ୍ୱାସ୍ଥ୍ୟମନ୍ତ୍ରୀ ହିଁ ଇସ୍ତଫା ଦେବେ' ? ସୂଚନା ଥାଉ କି ମାନସୁଖ ମାଣ୍ଡଭିୟଙ୍କୁ ହର୍ଷବର୍ଦ୍ଧନଙ୍କ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe