Image Courtesy of Knowledia News
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଘଟଣାରେ ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏହି ପୋଷ୍ଟର ଲଗାଯାଇଥିଲା। ଏଥିରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଗୁରୁବାର ଦିନ ପୋଷ୍ଟର ସମ୍ପର୍କରେ ସୂଚନା ମିଳିଥିଲା | ଏହି ପୋଷ୍ଟର ଲଗାଇବା ଘଟଣାରେ ଦିଲ୍ଲୀ ପୁଲିସ ପ୍ରାୟ ୨୫ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା ​​ଏବଂ ସମାନ ସଂଖ୍ୟକ ଲୋକଙ୍କୁ ଗିରଫ କରିଥିଲା। ଦିଲ୍ଲୀର ଅନେକ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଥିଲା |
ତେବେ ଦିଲ୍ଲୀରେ ଗିରଫଦାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଏବେ ମୁହଁ ଖୋଲିଛନ୍ତି ଉଭୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ | ନିଜ ଟ୍ୱିଟରରେ ସେମାନେ ପ୍ରୋଫାଇଲରେ ଏହି ପୋଷ୍ଟରକୁ ଲଗାଇଛନ୍ତି | ପୋଷ୍ଟର ସେୟାର କରିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୋତେ ମଧ୍ୟ ଗିରଫ କର। ସୂଚନା ଥାଉ କି ଦିଲ୍ଲୀର ଶାହଦରା, ରୋହିଣୀ, ରିଥାଲା, ଦ୍ୱାରକା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପୋଷ୍ଟର ଦେଖିବାକୁ ମିଳିଥିଲା।
ମେ ୧୨ ରେ, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ପୋଷ୍ଟର ଲାଗିଥିବା ଖବର ପାଇ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ମେ ୧୩ ସୁଦ୍ଧା ସମସ୍ତ ପୋଷ୍ଟର ହଟାଯାଇଥିବାବେଳେ ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ୧୯ ବର୍ଷର ଯୁବକ, ୩୦ ବର୍ଷର ଅଟୋ ଡ୍ରାଇଭର ଏବଂ ୬୧ ବର୍ଷ ବୟସ୍କ ଶ୍ରମିକ ମଧ୍ୟ ଅଛନ୍ତି |
Follow Us