ପ୍ରତିରକ୍ଷା କମିଟିରେ ମୋଟେ ଯୋଗ ନଦେଇ ପ୍ରତିରକ୍ଷା ବ୍ୟବସ୍ଥାକୁ ରାହୁଲଙ୍କ ସମାଲୋଚନା

Advertisment
ପ୍ରତିରକ୍ଷା କମିଟିରେ ମୋଟେ ଯୋଗ ନଦେଇ ପ୍ରତିରକ୍ଷା ବ୍ୟବସ୍ଥାକୁ ରାହୁଲଙ୍କ ସମାଲୋଚନା

Photo Credit: PTI

ନୂଆଦିଲ୍ଲୀ: ଗତ ମାସରେ ଲଦାଖ ସୀମାରେ ଚୀନୀ ସେନା ସହ ଭାରତୀୟ ଯବାନଙ୍କ ମୁହାଁମୁହିଁ ସ୍ଥିତି ହେଲା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ମୋଦୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ତେବେ ତାଙ୍କର ଏଭଳି ଆଭିମୁଖ୍ୟକୁ କଟୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସଂସଦର ପ୍ରତିରକ୍ଷା କମିଟିର ସଦସ୍ୟ ଥାଇ ରାହୁଲ ଗୋଟିଏ ବି ବୈଠକରେ ଉପସ୍ଥିତ ନାହାନ୍ତି। ଅଥଚ ସେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ନାନା ପ୍ରଶ୍ନ ଉଠାଇ ଦେଶର ମନୋବଳକୁ ଦୁର୍ବଳ କରିବା ସହ ଆମ ସୁରକ୍ଷା ବାହିନୀର ଆତ୍ମମର୍ଯ୍ୟାଦାକୁ ମଧ୍ୟ କ୍ଷୁଣ୍ଣ କରିବାରେ ବ୍ୟସ୍ତ ଅଛନ୍ତି। ଏପରିକି ଜଣେ ଦାୟିତ୍ବଶୀଳ ବିରୋଧୀ ନେତା ହିସାବରେ ଯାହା ନ କରିବା ଉଚିତ ତାହା ସେ କରି ବସିବା ଦୁର୍ଭାଗ୍ୟଜନକ ବୋଲି ନଡ୍ଡା ଆକ୍ଷେପ କରି କହିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଏହି କମିଟି ଗଠିତ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧୧ଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଉକ୍ତ କମିଟିର ଅନ୍ୟତମ ସଦସ୍ୟ ଥିବା ରାହୁଲ ଏ ଯାବତ୍ କମିଟିର କୌଣସି ବୈଠକରେ ବି ଉପସ୍ଥିତ ରହିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe