୨୦୨୪ରେ ବି ରାହୁଲ କଂଗ୍ରେସକୁ ବିଜୟ ଦେବା ଆଶା କ୍ଷୀଣ

Advertisment
୨୦୨୪ରେ ବି ରାହୁଲ କଂଗ୍ରେସକୁ ବିଜୟ ଦେବା ଆଶା କ୍ଷୀଣ

image source--ndtv

ନୂଆଦିଲ୍ଲୀ : କଂଗ୍ରେସର ଯେଉଁ ୨୩ ଜଣ ବରିଷ୍ଠ ନେତା ଦଳର ସାଂଗଠନିକ ସ୍ଥିତି ଏବଂ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ ସେମାନେ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଦକ୍ଷତା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପତ୍ର ଲେଖିଥିବା ଜଣେ ଅସନ୍ତୁଷ୍ଟ ନେତା ଏନ୍‌ଡିଟିଭିକୁ କହିଛନ୍ତି ଯେ, ୧୩୫ ବର୍ଷ ପୁରୁଣା କଂଗ୍ରେସ ଦଳରେ ଏବେ ସ୍ଥିତି ସୁଧୁରିବା ଅବସ୍ଥାରେ ନାହିଁ। ୨୦୨୪ ନିର୍ବାଚନରେ ମଧ୍ୟ ରାହୁଲଙ୍କ ନେତୃତ୍ବରେ ଦଳ ବିଜୟ ହାସଲ କରିବା ସମ୍ଭାବନା ବହୁତ କ୍ଷୀଣ ବୋଲି ସେ କହିଛନ୍ତି। ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଯେଭଳି ବିଫଳତା ପାଇଲା ତାହାର ପୁନରାବୃତ୍ତି ୨୦୨୪ରେ ହେବନାହିଁ ବୋଲି ଆମେ କହିବା ସ୍ଥିତିରେ ନାହୁଁ ବୋଲି ସେ କହିଛନ୍ତି। ୨୦୧୯ ନିର୍ବାଚନ ପରାଜୟ ପରେ ରାହୁଲ ଦଳୀୟ ନେତୃତ୍ବରୁ ଓହରି ଯାଇଥିଲେ ଏବଂ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାପତି ଭାବେ ଅବସ୍ଥାପିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe