ଅସନ୍ତୁଷ୍ଟଙ୍କୁ ରାହୁଲଙ୍କ ବାର୍ତ୍ତା, ଦଳ ଛାଡ଼ି ଆରଏସ୍‌ଏସ୍‌ ପଳାଅ

Advertisment
ଚୀନ୍‌, ପାକିସ୍ତାନ ରୁଷର ନିକଟତର ହେଉଛନ୍ତି: ରାହୁଲ

Image Courtesy of India Today

ନୂଆଦିଲ୍ଲୀ : କଂଗ୍ରେସରେ ଦଳୀୟ ସଙ୍କଟ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦଳର ଅସନ୍ତୁଷ୍ଟ ନେତାଙ୍କ ବିରୋଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସକୁ ଭୟଶୂନ୍ୟ ନେତା ଦରକାର। ଦଳରେ ଯେଉଁମାନେ ଭୟାଳୁ ସେମାନଙ୍କୁ ଦଳରୁ ବାହାର କରିଦେବା ଉଚିତ। ଦଳ ବାହାରେ ବହୁତ ଲୋକ ଅଛନ୍ତି ଯେଉଁମାନେ ନିର୍ଭିକ। ସେମାନଙ୍କୁ ଦଳରେ ସ୍ବାଗତ କରାଯିବ। ତେବେ ଯେଉଁମାନେ ଦଳରେ ରହି ଭୟ କରୁଛନ୍ତି ସେମାନେ ଦଳ ଛାଡ଼ି ଆର୍‌ଏସ୍‌ଏସ୍‌କୁ ପଳାନ୍ତୁ। ସେମାନଙ୍କର ଆବଶ୍ୟକତା ଆଦୌ ନାହିଁ ବୋଲି ରାହୁଲ କହିଛନ୍ତି।

ରାହୁଲ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇଏଭଳି ମନ୍ତବ୍ୟ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଅଧିକାଂଶ ବରିଷ୍ଠ କଂଗ୍ରେସ ନେତା ଜି-୨୩ ଗୋଷ୍ଠୀରେ ଅଛନ୍ତି। ରାହୁଲଙ୍କ ଏହି ବାର୍ତ୍ତା ଅନେକ କିଛି କଥା କହୁଛି। ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କ‌ିଶୋରଙ୍କୁ ଦଳକୁ ଆଣିବା ପରିପ୍ରେକ୍ଷୀରେ ରାହୁଲ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe