Image Courtesy of Knowledia News
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଦିଲ୍ଲୀକୁ ଦୁର୍ଗରେ ପରିଣତ କରାଯାଇଛି କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀକୁ ଚାରିପଟୁ ଚାଷୀମାନେ ଘେରି ରହିଛନ୍ତି। ଚାଷୀମାନଙ୍କୁ ସରକାର କାହିଁକି ଧମକାଉଛନ୍ତି, ପିଟୁଛନ୍ତି ଏବଂ ହତ୍ୟା କରୁଛନ୍ତି ତାହାର ଜବାବ ଦେବାକୁ ହେବ ବୋଲି ରାହୁଲ କହିଛନ୍ତି। ସରକାର ଚାଷୀମାନଙ୍କ ସହିତ ସେମାନଙ୍କ ସମସ୍ୟା ନେଇ ସିଧାସଳଖ କାହିଁକି କଥାବାର୍ତ୍ତା କରୁନାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
Follow Us