ରାହୁଲଙ୍କ ସବରକର ଟିପ୍ପଣୀ: ଏମ୍‌ଭିଏ ମେଣ୍ଟରେ ଫାଟ

Advertisment

ଟିପ୍ପଣୀ ଅନାବଶ୍ୟକ, ଅଗ୍ରହଣୀୟ: ରାଉତ

ଟିପ୍ପଣୀ ଅନାବଶ୍ୟକ, ଅଗ୍ରହଣୀୟ: ରାଉତ

ରାହୁଲଙ୍କ ସବରକର ଟିପ୍ପଣୀ: ଏମ୍‌ଭିଏ ମେଣ୍ଟରେ ଫାଟ

ମୁମ୍ବାଇ: କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ବାଧୀନତା ସଂଗ୍ରାମୀ ବୀର ସବରକରଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ବଢ଼ିବାରେ ଲାଗିଛି। ଏମ୍‌ଭିଏ ମେଣ୍ଟର ଅନେକ ପ୍ରମୁଖ ନେତା ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ବୟାନ ଦେଇଥିବାରୁ କଂଗ୍ରେସର ଅଡ଼ୁଆ ବଢ଼ିଛି। ମହାରାଷ୍ଟ୍ରରେ କଂଗ୍ରେସର ମେଣ୍ଟ ସହଯୋଗୀମାନେ ରାହୁଲଙ୍କ ଟିପ୍ପଣୀକୁ ଗ୍ରହଣ କରୁନଥିଲେ ମଧ୍ୟ କଂଗ୍ରେସ ନେତାମାନେ ରାହୁଲଙ୍କ ବୟାନକୁ ସମର୍ଥନ କରି ଏହା ତଥ୍ୟ ଆଧାରିତ ବୋଲି କହିଛନ୍ତି। ଇତି ମଧ୍ୟରେ ଶିବସେନା (ୟୁବିଟି) ସାଂସଦ ସଂଜୟ ରାଉତ ଆଜି ଏକ ଚେତାବନୀ ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧି ବିନାୟକ ସବରକରଙ୍କ ବି‌ରୋଧରେ ଦେଇଥିବା ଟିପ୍ପଣୀ ପାଇଁ ଏମ୍‌ଭିଏ ମେଣ୍ଟରେ ଫାଟ ସୃଷ୍ଟି ହୋଇପାରେ। ଗୋଟିଏ ପଟେ ରାଉତ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ପ୍ରଶଂସା କରିଥିବାବେଳେ ଅନ୍ୟପଟେ ସବରକରଙ୍କୁ ନେଇ ବିବାଦୀୟ ବୟାନ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କଂଗ୍ରେସ ନେତା ମହାରାଷ୍ଟ୍ର ଆସି ସବରକରଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେବାର କୌଣସି ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି। ସ୍ବାଧୀନତା ସଂଗ୍ରାମୀ ସବରକରଙ୍କୁ ଅପମାନ କଂଗ୍ରେସ ଦଳ ପ୍ରତି ମଧ୍ୟ ଲଜ୍ଜାଜନକ ବିଷୟ ବୋଲି ରାଉତ କହିଛନ୍ତି।

ଶିବସେନା ଉଦ୍ଧବ ଗୋଷ୍ଠୀ ସବରକରଙ୍କ ବି‌ରୋଧରେ ଏଭଳି ଟିପ୍ପଣୀ ଏବଂ ଅପମାନକୁ ଆାଦୌ ସହ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିବା ବେଳେ ଶିବସେନାର ସିନ୍ଦେ ଗୋଷ୍ଠୀ ପକ୍ଷରୁ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରାଯାଇଛି। ଦରବୃଦ୍ଧି, ବେରୋଜଗାର, ଗଣତନ୍ତ୍ର ପ୍ରତି ବିପଦ , ମହିଳାଙ୍କ ବିରୋଧରେ ଅପରାଧ ଆଦି ମାମଲାକୁ ଗୌଣ କରି ରାହୁଲ ସବରକରଙ୍କ ପ୍ରସଙ୍ଗ ଉଠାଇବା ଦୁର୍ଭାଗ୍ୟଜନକ ବୋଲି କେତେକ ମେଣ୍ଟନେତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe