‘ବାଜପେୟୀ’ଙ୍କ ସମାଧିସ୍ଥଳରେ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି ଏକ ଡ୍ରାମା: ବିଜେପି

କଂଗ୍ରେସ ନେତାଙ୍କ ଆପତ୍ତିଜନକ ଟିପ୍ପଣୀ ପାଇଁ କ୍ଷମା ଦାବି କଲା

‘ବାଜପେୟୀ’ଙ୍କ ସମାଧିସ୍ଥଳରେ ରାହୁଲଙ୍କ ଶ୍ରଦ୍ଧାଞ୍ଜଳି ଏକ ଡ୍ରାମା: ବିଜେପି

India Posts English

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ଏକ ଆପତ୍ତିଜନକ ଟିପ୍ପଣୀ ପାଇଁ ବିଜେପି ଆଜି କଂଗ୍ରେସ ଉପରେ ବର୍ଷିଛି ଏବଂ କଂଗ୍ରେସଠାରୁ କ୍ଷମା ଦାବି କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସୋସିଆଲ ମିଡିଆ ପରିଚାଳନା କରୁଥିବା କଂଗ୍ରେସ ନେତା ଗୌରବ ପାନ୍ଧି ଏକ ଟ୍ବିଟ୍‌ କରି କହିଥିଲେ ଯେ ବାଜପେୟୀ ବ୍ରିଟିଶଙ୍କ ପକ୍ଷରେ ଥିଲେ। ତେବେ ବିଜେପି ଏନେଇ ରାହୁଲଙ୍କୁ କଟାକ୍ଷ କରିବାପରେ ସେ ଏହି ଟ୍ବିଟ୍‌କୁ ହଟାଇ ଦେଇଛନ୍ତି।।

ଉଲ୍ଲେଖଯୋଗ୍ୟ ଯେ ସୋମବାର ସକାଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ମହାତ୍ମା ଗାନ୍ଧୀ ଏବଂ ଦେଶର ପୂର୍ବ ପ୍ରଧାନମନ୍ତ୍ରୀମାନଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳରେ ମଧ୍ୟ ରାହୁଲ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କିନ୍ତୁ ବିଜେପି ଏହାକୁ ଡ୍ରାମା କହିଛି। ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି, ରାହୁଲ ଗାନ୍ଧି ଡ୍ରାମା କରୁଛନ୍ତି। ଗୋଟିଏ ପ‌‌ଟେ ରାହୁଲ ଗାନ୍ଧି ବାଜପେୟୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଏବଂ ଅନ୍ୟପକ୍ଷେ ଦଳୀୟ ନେତାମାନେ ଅପମାନଜନକ ଭାଷା ବ୍ୟବହାର କରୁଛନ୍ତି।

ବିଜେପି ମୁଖପାତ୍ର ଶେହବାଜ ପୁନାୱାଲା ଦାବି କରିଛନ୍ତି ଯେ ଗୌରବଙ୍କ ଟିପ୍ପଣୀ ପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ। ନଚେତ ଜଣେ ଏହା ବୁଝିବାପାଇଁ ବାଧ୍ୟ ହେବେ ଯେ ଗୌରବ ପାନ୍ଧିଙ୍କ କଥା ରାହୁଲ ଗାନ୍ଧିଙ୍କ ଚିନ୍ତାଧାରା ସହ ସମାନ। ରାହ‌ୁଲ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ସମାଧିସ୍ଥଳ‌ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ଯଦି ରାହୁଲ ଗାନ୍ଧି ବାସ୍ତବରେ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କୁ ସମ୍ମାନ ଜଣାଉଛନ୍ତି ‌ତେବେ ସେ ହାଇଦ୍ରାବାଦରେ ଭାରତ ଯୋଡ଼ୋ ଯାତ୍ରା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସମାଧିସ୍ଥଳ ଯିବାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe