ହତ୍ୟାକାରୀ ଘରେ ଚଢ଼ଉ, ବିସ୍ଫୋରକ ଜବତ

Advertisment
ହତ୍ୟାକାରୀ ଘରେ ଚଢ଼ଉ, ବିସ୍ଫୋରକ ଜବତ

‌ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ଶୁକ୍ରବାର ଦିନ ନାରା ସହରରେ ନିର୍ବାଚନ ପ୍ରଚାର ବେଳେ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯାଇଛି। ୪୧ ବର୍ଷୀୟ ଅଭିଯୁକ୍ତ ତେସୁୟା ୟାମାଗାମି ଆବେଙ୍କୁ ଗୁଳି କରି ହତ୍ୟା କରିଛି। ପୁଲିସ ୟାମାଗାମିକୁ ହତ୍ୟା ମାମଲାରେ ଗିରଫ କରିଛି। ୟାମାଗାମି ହେଉଛି ଜାପାନ ନୌସେନା ତଥା ଜାପାନର ସାମୁଦ୍ରିକ ପ୍ରତିରକ୍ଷା ବାହିନୀ (ଜେଏମ୍‌ଏସଡିଏଫ୍‌) ର ଜଣେ ପୂର୍ବତନ ସଦସ୍ୟ। ସେ ଜେଏମ୍‌ଏସଡିଏଫ୍‌ରେ ୩ ବର୍ଷ କାର୍ଯ୍ୟ କରିଛି।

ପୁଲିସ ଜେରା ସମୟରେ ୟାମାଗାମି କହିଛି ସେ ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲା ଏବଂ ତାଙ୍କୁ ହତ୍ୟା କରିବାକୁ ଚାହୁଥିଲା। ସିଂଜୋ ଆବେଙ୍କଠାରୁ ମାତ୍ର ୧୦ ଫୁଟ୍‌ ଦୂରରେ ରହି ସେ ତାଙ୍କ ଉପରକୁ ପଛରୁ ଗୁଳି ଚାଳନା କରିଥିଲା। ତେବେ ଗୁଳି କରି ସେ ଖସିବାକୁ ରାସ୍ତା ପାଇନଥିଲା‌। ସନ୍ଦିଗ୍ଧର ଘରେ ଆଜି ପୁଲିସ ଚଢ଼ଉ କରିଛି ଏବଂ ତା’ ଘରୁ ବିସ୍ଫୋରକ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe