ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା: ୧୯ ଘଣ୍ଟା ପରେ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷର ବାଳକ; ତଥାପି ୧୯ ନିଖୋଜ

Advertisment

ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫ରେ

ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫ରେ

ମୁମ୍ବାଇ କୋଠା ଭୁଶୁଡ଼ିବା ଘଟଣା: ୧୯ ଘଣ୍ଟା ପରେ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର ହେଲା ୫ ବର୍ଷର ବାଳକ; ତଥାପି ୧୯ ନିଖୋଜ

ମୁମ୍ବାଇ: ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ିବାର ପ୍ରାୟ ୧୯ ଘଣ୍ଟା ପରେ ଆଜି ମଙ୍ଗଳବାର (ଅଗଷ୍ଟ ୨୫) ରେ ଜଣେ ପାଞ୍ଚ ବର୍ଷର ବାଳକକୁ ଭଗ୍ନସ୍ତୁପ ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ମହମ୍ମଦ ବାଙ୍ଗି ନାମକ ଏହି ବାଳକଟି ସାରାରାତି ଭଗ୍ନସ୍ତୁପ ମଧ୍ୟରେ ଭୟଭୀତ ଅବସ୍ଥାରେ ଜୀବନ ଓ ମୃତ୍ୟୁର ସଂଘର୍ଷ ମଧ୍ୟରେ ବିତାଇବା ପରେ ଆଜି ସକାଳୁ ଏନଡିଆରଏଫ କର୍ମଚାରୀମାନେ ଯେତେବେଳେ ଉଦ୍ଧାର କଲେ ସେତେବେଳକୁ ସେ ସ୍ତବ୍ଧ ଅବସ୍ଥାରେ ବାକ୍‌ଶୂନ୍ୟ ହୋଇ ପଡ଼ିଥିଲା। ବାଳକଟିକୁ ଉଦ୍ଧାର କରାଯିବା ପରେ ଏନ୍‌ଡିଆରଏଫ୍‌ କର୍ତ୍ତୃପକ୍ଷ ତାକୁ ସେଠାରେ ଅପେକ୍ଷାରତ ଆମ୍ବୁଲାନ୍‌ସ ସାହାଯ୍ୟରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିଲେ।

ଏନଡିଆରଏଫ୍‌ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳର କର୍ମଚାରୀମାନେ ସନ୍ଦେହ କରୁଛନ୍ତି ଯେ ବାଳକଟିର ପରିବାର ସଦସ୍ୟମାନେ ଏବେ ବି ଭଗ୍ନସ୍ତୁପ ମଧ୍ୟରେ ଫସି ରହିପାରିଥାନ୍ତ ବୋଲି। ଅନ୍ୟ ପକ୍ଷରେ ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଥିବାବେଳେ ଏବେ ବି ଆହୁରି ୧୦-୧୨ ଜଣ ଲୋକ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ଭିତରେ ଫସି ରହିଥିବାର ଆଶଙ୍କା କରାଯାଉଛି।

publive-image Times of India

କୋଠା ଭୁଶୁଡ଼ିବାର ଗୋଟିଏ ଦିନ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀମାନେ କୋଠାର ଭଗ୍ନସ୍ତୁପ ମଧ୍ୟରୁ ବଞ୍ଚିଥିବା ଲୋକଙ୍କୁ ଖୋଜାଖୋଜି କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଏବେବି ୧୯ ଜଣ ନିଖୋଜ ଥିବା ପୁଲିସ କହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ୟୁନିଟର ରାଜ୍ୟ ନିୟନ୍ତ୍ରଣ କକ୍ଷର ଜଣେ ଅଧିକାରୀ କହିଛନ୍ତି ଯେ ମହଦ ତହସିଲର କାଜଲପୁରାରେ ଥିବା ତାରକ ଗାର୍ଡେନ କୋଠାଟି ସୋମବାର ରାତି ପ୍ରାୟ ୭ ଟା ବେଳେ ଭୁଶୁଡି ପଡିଥିଲା। ଏହି କୋଠାଟି ପ୍ରାୟ ୫-୬ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଏବଂ ବିଲଡିଂରେ ପ୍ରାୟ ୪୦ ଟି ଫ୍ଲାଟ ଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ପରେ ଉଦ୍ଧାର ହୋଇଥିବା ଲୋକଙ୍କୁ ମୁମ୍ବାଇଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଥିବା ମହାଦସ୍ଥିତ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe