ରେଳଯାତ୍ରୀ ଅର୍ଡର କରିଥିବା ବିରିଆନିରେ ମିଳିଲା ବୁଢ଼ିଆଣୀ, ଟୁଇଟରରେ କଲେ ଅଭିଯୋଗ

ରେଳଯାତ୍ରୀ ଅର୍ଡର କରିଥିବା ବିରିଆନିରେ ମିଳିଲା ବୁଢ଼ିଆଣୀ, ଟୁଇଟରରେ କଲେ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ରେଳରେ ପରଷା ଯାଉଥିବା ଖାଦ୍ୟରେ ବିଭିନ୍ନ ସମୟରେ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ହୋଇଯାଇଛି । କାହାର ଖାଦ୍ୟରେ ପୋକ ତ ଆଉ କେଉଁଠି ପ୍ରସ୍ତୁତିକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କିନ୍ତୁ ଏବେ ଯେଉଁ ଖବର ସୋସିଆଲ୍ ମିଡିଆରେ ମୁଖ୍ୟ ଚର୍ଚ୍ଚା ପାଲଟିଛି ତାହା ହେଉଛି ଖାଦ୍ୟରେ ବୁଢ଼ିଆଣୀ ବାହାରିବା । ଆଜ୍ଞା ହଁ , ଟୁଇଟରରେ ଜଣେ ଯାତ୍ରୀ ଆଇଆରସିଟିସିକୁ ବିରିଆନି ଅର୍ଡର କରିଥିଲେ । ତାଙ୍କୁ ଯେତେବେଳେ ବିରିଆନି ପ୍ୟାକେଟ୍ ଦିଆଗଲା। ତା’ପରେ ଯେତେବେଳେ ସେ ତାକୁ ଖୋଲିଲେ ,ସେଥିରେ ବୁଢ଼ିଆଣୀ ଥିବାର ଦେଖିବାକୁ ପାଇଥିଲେ।

ମିତେଶ୍ ସୁରାନା ନାମକ ଏହି ଯାତ୍ରୀ ଶେଷାଦ୍ରୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କଥା ନିଜର ଟୁଇଟରରେ ସେୟାର୍ କରିଥିଲେ । ମିତେଶ୍ ବିରିଆନି ପ୍ୟାକେଟ୍ ଖୋଲିବା ପରେ ଏଥିରେ ବୁଢ଼ିଆଣୀ ଦେଖି ପ୍ରଥମେ ଆଇଆରସିଟିସି କ୍ୟାଟରିଙ୍ଗକୁ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ କଥାକୁ କେହି ଶୁଣି ନ ଥିଲେ। ତେଣୁ ସେ ଟୁଇଟରରେ ଏହି ଫଟୋକୁ ସେଆର୍ କରିଥିଲେ । ମିତେଶ୍ ଏହାର ଫଟୋ ପୋଷ୍ଟ କରି ଲେଖିଥିଲେ ଯେ , ଆଶ୍ଚର୍ଯ୍ୟର କଥା ଏହି ଖାଦ୍ୟ ଆଉ କେତେଜଣଙ୍କ ପାଖକୁ ଯାଇଥିବ ଏବଂ ସେମାନେ ଏହା ଖାଇଥିବେ ।

ସୂଚନାଯୋଗ୍ୟ, ଏହା ପ୍ରଥମଥର ନୁହେଁ ଯେ କୌଣସି ଯାତ୍ରୀ ରେଳବାଇ ଖାଦ୍ୟ ଉପରେ ଅସନ୍ତୋଷ ଜାହିର କରିନାହାନ୍ତି । ଏହାପୂର୍ବରୁ ଡାଲିରେ ଏବଂ ଟମାଟ ସସରେ ମଧ୍ୟ ପୋକ ମିଳିଥିବାର ଖବର ଶୁଣିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe