ଓଡ଼ିଶା ରେଳ ଦୁର୍ଘଟଣାର ଘଟଣାକ୍ରମ ବୁଝାଇଲା ରେଳବାଇ ବୋର୍ଡ

ଓଡ଼ିଶା ରେଳ ଦୁର୍ଘଟଣାର ଘଟଣାକ୍ରମ ବୁଝାଇଲା ରେଳବାଇ ବୋର୍ଡ

Image Courtesy of NDTV

ନୂଆଦିଲ୍ଲୀ: ଆଜି ରେଳବାଇ ବୋର୍ଡ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଘଟଣାକ୍ରମ ବର୍ଣ୍ଣନା କରିଛି।

ରେଳବାଇ ବୋର୍ଡ କହିଛି, ଭୟାବହ ଦୁର୍ଘଟଣା ଘଟିଯାଇଥିବା ବାଲେଶ୍ବର ବାହାନଗା ବଜାର ଷ୍ଟେସନ୍‌ ହେଉଛି ୪ ଲାଇନ୍‌ବିଶିଷ୍ଟ ଷ୍ଟେସନ୍‌। ଏହା ମଝିରେ  ୨ଟି ମୁଖ୍ୟ ଲାଇନ୍‌ ଏବଂ ଉଭୟ ପାର୍ଶ୍ବରେ ୨ଟି ‘ଲୁପ୍‌’ ଲାଇନ୍‌ ରହିଛି। ଉଭୟ ‘ଲୁପ୍‌’ ଲାଇନ୍‌ରେ ଲୁହାପଥର ଭରା ମାଲ୍‌ବାହୀ ଗାଡ଼ି ଅଟକି ଥିଲେ।

‘ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌’ ଚେନ୍ନାଇରୁ ହାଓଡ଼ା ଅଭିମୁଖେ ଯାଉଥିଲା ଏବଂ ‘ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌’ ହାୱଡ଼ାରୁ ଆସୁଥିଲା। ଉଭୟ ମୁଖ୍ୟ ଲାଇନ୍‌ରେ ‘ଗ୍ରିନ୍‌ ସିଗ୍‌ନାଲ୍‌’ (ସବୁଜବତି) ଜଳୁଥିଲା। କରମଣ୍ଡଳ ଏକ୍ସପ୍ରେସ୍‌ ଘଣ୍ଟାପ୍ରତି ୧୨୮ କିଲୋମିଟର୍‌ ବେଗରେ ଯାଉଥିବା ବେଳେ ‘ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଘଣ୍ଟାପ୍ରତି ବେଗ ଥିଲା ୧୨୬ କିଲୋମିଟର। ସେମାନଙ୍କର ‘ସ୍ପିଡ୍‌ ଲିମିଟ୍‌’ ଥିଲା ୧୩୦, ତେଣୁ କେହି ‘ଓଭର୍‌ସ୍ପିଡ୍‌’ରେ ଯାଉ ନ ଥିଲେ ବୋଲି ରେଳବାଇ ବୋର୍ଡର ‘ଅପରେସନ୍‌ ଆଣ୍ଡ୍‌ ବି.ଡି.’ର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ‘ସିଗ୍‌ନାଲ୍‌’ ସମସ୍ୟା ମଧ୍ୟ ଚିହ୍ନଟ କରାଯାଇଛି, କିନ୍ତୁ ଅଧିକ ତଦନ୍ତ ପରେ ତାହା ସ୍ପଷ୍ଟ ହେବ। ଏହି ଦୁର୍ଘଟଣାରେ ୩ଟିଯାକ ଟ୍ରେନ୍‌ ନୁହେଁ, କେବଳ କରମଣ୍ଡଳ ଏକ୍ସପ୍ରେସ୍‌ ହିଁ କ୍ଷତିଗ୍ରସ୍ତ ହୋଇଛି। କରମଣ୍ଡଳ ଏକ୍ସପ୍ରେସ ଲୁପ୍‌ ଲାଇନ୍‌ରେ ଥିବା ଲୁହାପଥର ବୋଝେଇ ଟ୍ରେନ୍‌ ସହିତ ଧକ୍କା ଖାଇଲା କିନ୍ତୁ, ତାହା ଖୁବ୍‌ ଭାରୀ ହୋଇଥିବାରୁ ଧକ୍କା ସମ୍ଭାଳି ନେଇ ନିଶ୍ଚଳ ରହିଲା।ମାତ୍ର, କରମଣ୍ଡଳ ଏକ୍ସପ୍ରେସ୍‌ର ଡବା ସବୁ ତୃତୀୟ ଟ୍ରାକ୍‌କୁ ଛିଟିକି ଯାଇ ଦ୍ରୁତ ବେଗରେ ଆସୁଥିବା ‘ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ୍‌ ଏକ୍ସପ୍ରେସ୍‌’ର ଦୁଇଟି ଡବାରେ ଧକ୍କା ଖାଇଥିଲା।

ଡବାଗୁଡ଼ିକ ‘ଲିଙ୍କେ ହଫ୍‌ମାନ୍‌ ବୁସ୍‌’ (ଏଲ୍‌ଏଚ୍‌ବି) ହୋଇଥିବାରୁ ଖୁବ୍‌ ନିରାପଦ। କିନ୍ତୁ,  ଲୁହାପଥର ଯୋଗୁଁ କ୍ଷୟକ୍ଷତି ଅଧିକ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe