ରେଳଷ୍ଟେସନ ବ୍ୟବହାର କଲେ ଦେବାକୁ ପଡିପାରେ ଅତିରିକ୍ତ ଅର୍ଥ

ଷ୍ଟେସନ୍‌ରେ ଉତ୍ତେଜନା: ଟିକେଟ୍‌ ଯାଞ୍ଚ ନେଇ ଯାତ୍ରୀ-ଟିଟିଇ ମୁହାଁମୁହିଁ

ନୂଆଦିଲ୍ଲୀ: ଆଗାମୀ ଦିନରେ ରେଳ ଟିକେଟ୍ ମୂଲ୍ୟ ବୃଦ୍ଧି ହୋଇପାରେ | ପ୍ରକୃତରେ ଭାରତୀୟ ରେଳବାଇ ଦେଶର ବ୍ୟସ୍ତବହୁଳ ଷ୍ଟେସନରେ ୟୁଜର୍ ଚାର୍ଜ(ବ୍ୟବହାର ଶୁଳ୍କ) ଆଦାୟ କରିବାକୁ ଘୋଷଣା କରିଛି। ୟୁଜର୍ ଚାର୍ଜ ଲାଗୁ ହେବାର ଅର୍ଥ ହେଉଛି ରେଳ ଟିକେଟ୍ ମହଙ୍ଗା ହେବ। ଭାରତୀୟ ରେଳ ଚେୟାରମ୍ୟାନ୍ ଭି.କେ ଯାଦବ କହିଛନ୍ତି ଯେ ଯେଉଁ ରେଳ ଷ୍ଟେସନରେ ଅଧିକ ଭିଡ଼ ରହୁଛି ସେହି ଷ୍ଟେସନରେ ସାମାନ୍ୟ ଉପଭୋକ୍ତା ଚାର୍ଜ ଆଦାୟ କରାଯିବ।

ଏହି ସ୍ଥାନଗୁଡିକରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବାର ଆବଶ୍ୟକତା ଅଛି | ସୂଚନା ଅନୁଯାୟୀ, ଦେଶର ଥିବା ରେଳ ଷ୍ଟେସନର ୧୦ ରୁ ୧୫ ପ୍ରତିଶତ ଷ୍ଟେସନରେ ୟୁଜର୍ ଚାର୍ଜ ଆଦାୟ କରାଯିବ। ବର୍ତ୍ତମାନ ଭାରତୀୟ ରେଳବାଇରେ ପ୍ରାୟ ୭୦୦୦ ରେଳ ଷ୍ଟେସନ୍ ଅଛି | ଏହାର ଅର୍ଥ ହେଉଛି ପ୍ରାୟ ୧ ହଜାର ରେଳ ଷ୍ଟେସନରେ ଏହି ୟୁଜର ଚାର୍ଜ ଲାଗୁ କରାଯିବ |

ସୂଚନା ଥାଉ କି ସୁବିଧା ଦେବାକୁ ଉପଭୋକ୍ତା ଚାର୍ଜ ଆଦାୟ କରାଯାଏ | ବର୍ତ୍ତମାନ ଏହା କେବଳ ବିମାନବନ୍ଦରରେ ଆଦାୟ କରାଯାଉଛି | ବିମାନ ବନ୍ଦରରେ ଆଦାୟ କରାଯାଉଥିବା ଏହି ଚାର୍ଜକୁ ବିମାନ ଟିକେଟ୍ ସହିତ ଯୋଡା ଯାଇଥାଏ | ଅର୍ଥାତ୍ ଆପଣ ବିମାନ ଟିକେଟ୍ ପାଇଁ ଯେଉଁ ମୂଲ୍ୟ ଦେଇଥାନ୍ତି ସେଥିରେ ଉପଭୋକ୍ତା ଚାର୍ଜ ଅନ୍ତର୍ଭୁକ୍ତ ହୋଇ ରହିଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe